ହେଡଲାଇନସ୍:

ମାଆ ଉତ୍ତରାୟଣୀଙ୍କ ଯାତ୍ରା ମହୋତ୍ସବ ; ସୋରଡା ବିଧାୟକଙ୍କ ଆଶୀର୍ବାଦ ଭିକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, ୦୨/୦୪-(ଶିବରାମ ଚୌଧୁରୀ )-, ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ମା ଉତ୍ତରାୟଣୀଙ୍କ ଚତୁର୍ଥତମ ଯାତ୍ରା ମହୋତ୍ସବ ମହାସମାରୋହରେ ଜାରି ରହିଛି I ଏହି ଅବସରରେ ବୁଧବାର ସନ୍ଧ୍ୟାରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମାଆଙ୍କ ଅସ୍ଥାୟୀ ମଣ୍ଡପରେ ମାଆଙ୍କ ସନ୍ଧ୍ୟା ଆଳତିରେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ I ଏହା ସହିତ ଆଗାମୀ ବର୍ଷ ଗୁଡିକରେ ମାଆଙ୍କ ଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ଯାତ୍ରା କମିଟି ସହିତ ଆଲୋଚନା କରିଥିଲେ I ବିଧାୟକ ଶ୍ରୀ bବିଷୋୟୀଙ୍କ ସହିତ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଆ ଉତ୍ତରାୟଣୀଙ୍କ ଦର୍ଶନ ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ I ପ୍ରକାଶ ଥାଉକି ଗତ ୨୪ ତାରିଖ ଠାରୁ ମାଆଙ୍କ ଯାତ୍ରା ମହୋତ୍ସବ ଚାଲିଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଆଙ୍କ ଆଳତି ଏବଂ ବିରାଟ ପଟୁଆରରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହେଉଛି I ହରିବୋଲ, h ହୁଳହୁଳି ସହିତ ପାରମ୍ପରିକ ଢୋଲ,ଝାଞ୍ଜ, ପଶୁମୁଖା ନୃତ୍ୟ ସହିତ ଆଧୂନିକ ଡିଜେରେ କ୍ଷତ୍ରିୟବରପୁର ଏବଂ ଏହାର ଆଖାପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠୁଛି I ସେହିପରି ଯାତ୍ରା ଉପଲକ୍ଷେ ଆୟୋଜିତ ମୀନା ବଜାର, ରାମ ଦୋଳି, ବ୍ରେକ୍ ଡ୍ୟାନ୍ସ୍, ଛୋଟ ଛୁଆଙ୍କ ପାଇଁ ଆସିଥିବା ହେଲିକ୍ୟାପ୍ଟର, କାର୍ ଇତ୍ୟାଦି ଯାତ୍ରାର ଶୋଭାକୁ ବହୁଗୁଣିତ କରୁଛି I ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରୁ ଯାତ୍ରା ଏବଂ ମୀନା ବଜାରର ମଜା ନେବା ପାଇଁ କ୍ଷତ୍ରିୟବରପୁରରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗୁଛି I ଏହା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ପ୍ରତ୍ଯେକ ଦିନ ସନ୍ଧ୍ୟାରେ ଅଞ୍ଚଳର କୁନି କୁନି ଛୁଆ ମାନେ ନୃତ୍ୟ ଗୀତ ପରିବେଷଣ କରୁ୍ଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଆଶିଷ୍ ଡ଼୍ୟାନ୍ସ୍ ଷ୍ଟୁଡିଓର ଛାତ୍ରଛାତ୍ରୀ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଛନ୍ତି I ସେହିପରି ମଙ୍ଗଳବାର ସନ୍ଧ୍ୟାରେ ନଳବଣ୍ଟା ଗ୍ରାମର କଳାକାରଙ୍କ ଦ୍ୱାରା ପ୍ରହଲ୍ଳାଦ ନାଟକ ପରିବେଷଣ ହୋଇଯାଇଛି I ଅଭୟ ରଥ ଏବଂ ବରିଷ୍ଠ ସାମ୍ବାଦିକ ଅକ୍ଷୟ ଶତପଥି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ପରିଚାଳନା କରୁଛନ୍ତି I ଆସନ୍ତା ଶୁକ୍ରବାର ଦିନ ଏହି ଯାତ୍ରା ମହୋତ୍ସବ ଉଦଯାପିତ ହେବ ବୋଲି ସୂଚନା ମିଳିଛି I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ କାର୍ଯ୍ୟକ୍ରମର ଶୃଙ୍ଖଳା ରକ୍ଷା ଦିଗରେ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି I

0
0
0
s2sdefault