ହେଡଲାଇନସ୍:

ପୋଡ଼ିଆ ବ୍ଲକରେ ପୋଷଣ-୧୫ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଜାରି ରହିଥିବା ସ୍ୱତନ୍ତ୍ର ଅଭିଯାନ ପୋଷଣ-୧୫ କାର୍ଯ୍ୟକ୍ରମ ଅଧୀନରେ ଆଜି ପୋଡ଼ିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଙ୍ଗନବାଡ଼ି କର୍ମୀମାନେ ଯୋଗ ଦେଇଥିଲେ। ଶିଶୁମାନଙ୍କର ସଠିକ ଶାରୀରିକ ଓ ମାନସିକ ବିକାଶକୁ ସୁନିଶ୍ଚିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ, ପୋଷଣ ଟ୍ରାକର ଆପ୍‌ରେ ଶିଶୁମାନଙ୍କର ତଥ୍ୟ ଅପଲୋଡ୍ କରିବା ଏବଂ ସେମାନଙ୍କର ଉଚ୍ଚତା ଓ ଓଜନର ସଠିକ ମାପ ପ୍ରକ୍ରିୟା ସମ୍ପର୍କରେ କର୍ମୀମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଦିଆଯାଇଛି। ଶିଶୁଙ୍କ ପୁଷ୍ଟିସାଧନ କ୍ଷେତ୍ରରେ କୌଣସି ଅବହେଳା ଯେପରି ନହୁଏ, ସେଥିପାଇଁ ଡାଟା ଏଣ୍ଟ୍ରିର ସଠିକତା ଉପରେ ଗୁରୁତ୍ୱାରୋପ କରାଯାଇଛି।ବୈଠକରେ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆସନ୍ତା ଏକ ସପ୍ତାହ ମଧ୍ୟରେ ବ୍ଲକର ସମସ୍ତ ହିତାଧିକାରୀ ଶିଶୁଙ୍କ ତଥ୍ୟକୁ ପୋଷଣ ଟ୍ରାକର ଆପ୍‌ରେ ସମ୍ପୂର୍ଣ୍ଣ ଭାବେ ଅପଡେଟ୍ କରାଯିବ। ଅଞ୍ଚଳର ଜଣେ ହେଲେ ବି ଶିଶୁ ଯେପରି ଏହି ସରକାରୀ ସୁବିଧା ଓ ଯୋଜନାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ସଜାଗ ଓ ଦାୟିତ୍ୱବାନ ରହିବାକୁ ସେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ପୋଷଣ ଅଭିଯାନର ସମନ୍ୱୟକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault