ହେଡଲାଇନସ୍:

ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, ୩୦/୦୩-(ଶିବରାମ ଚୌଧୁରୀ )-,ଗତ କିଛିଦିନ ତଳେ ବେଲଗୁଣ୍ଠା ପାନ କିଆରି ନିକଟରେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଲଗୁଣ୍ଠା ଗୋପୀନାଥ ସାହି ଛକରେ ରହୁଥିବା ମଙ୍ଗୁଳୁ ସ୍ୱାଇଁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୂବନେଶ୍ଵର ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିଲେ I ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ପରେ ମଙ୍ଗୁଳୁ ଘରକୁ ଫେରିଥିଲେ I ଖବର ପାଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ମଙ୍ଗୁଳୁଙ୍କ ଘରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ I ଶ୍ରୀ ନାୟକଙ୍କ ସହିତ ବେଲଗୁଣ୍ଠା ସାଂସଦ ପ୍ରତିନିଧି ତଥା ବିଜେପି ମଣ୍ଡଳ ସଭାପତି ନାରାୟଣ ସାହୁ, ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରୀପାଠି, ବେଲଗୁଣ୍ଠା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶଙ୍କର ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ବିଜେପି ନେତା ଆଲୋକ ସାହାଣି, ଯୁବ ସଂଗଠକ ମନୋଜ ଦଳେଇ, ସାମ୍ବାଦିକ ଶିବରାମ ଚୌଧୂରୀ, ତନରଡା ମଣ୍ଡଳ ଯୁବ ସଭାପତି ମନ୍ମୟ ଖଟେଇ, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ, ଯୁବ ସ୍ଵେଚ୍ଛାସେବୀ ରଞ୍ଜିତ୍ ଗୌଡ଼ ଓ ଟୁକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

0
0
0
s2sdefault