ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ଗୌରବକୁ ନୂତନ ଦିଗନ୍ତରେ ପ୍ରକାଶିତ କରି, ଅଣ୍ଡର–୧୪ ଜାତୀୟ ସ୍ତରୀୟ ରଗବୀ ଦଳରେ ୧୨ ଜଣ ଖେଳାଳିଙ୍କ ମଧ୍ୟରୁ ଗଜପତି ଜିଲ୍ଲା ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ଏକମାତ୍ର ଖେଳାଳୀ ଭାବେ ଶ୍ରୀମାନ ଚିନ୍ନା ଶବର (ସପ୍ତମ ଶ୍ରେଣୀର ଛାତ୍ର) ସଫଳତା ସମଗ୍ର ଅଞ୍ଚଳକୁ ଗର୍ବିତ କରିଛି।
ଏହି ଅବସରରେ ଜୀବା ପଞ୍ଚାୟତର ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର ନିଜେ ବିଦ୍ୟାଳୟକୁ ପରିଦର୍ଶନ କରି ଏହି ଉଦୟମାନ ପ୍ରତିଭାକୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରି ତାଙ୍କର ଏହି ବିରଳ ସଫଳତାକୁ ଅଭିନନ୍ଦନ ଜଣାଇଥିଲେ।
ଏହି ସଫଳତାର ପ୍ରଚ୍ଛଦ ପଟ୍ଟରେ ଥିବା କ୍ରୀଡା ଶିକ୍ଷକ ଶ୍ରୀ ଶିବରାମ ଭୂୟାଁଙ୍କୁ ମଧ୍ୟ ସମ୍ମାନ ଜଣାଇ ତାଙ୍କର ଅଦମ୍ୟ ପ୍ରୟାସ ଓ ନିଷ୍ଠାକୁ ଶ୍ରଦ୍ଧା ଅଭିନନ୍ଦନ ଜଣାଇଛନ୍ତି। ଏହି ସମ୍ମାନ ପର୍ବ ଅନୁଷ୍ଠାନରେ ଗୋଟିଏ ପ୍ରେରଣାଦାୟକ ପରିବେଶରେ ପରିଣତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀମତି ମିନାକ୍ଷୀ ପାଢ଼ୀ , ଶ୍ରୀ ରମାକାନ୍ତ ପଟ୍ଟନାୟକ , ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀ ଶିବରାମ ଭୁୟାଁ , ଶ୍ରୀମତି ବାଲିଙ୍କୀ ସୁଜାତା ଲୋପିଣ୍ଟି ମଣି , ଶ୍ରୀ ନିଳାପୁ ହରିଶ୍ଚନ୍ଦ୍ର , ଶ୍ରୀ ଜି ନବୀନ ଶ୍ରୀ ନରସିଂହ ରାଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଚିନ୍ନା ଶବରଙ୍କୁ ଆଶୀର୍ବାଦ ଜଣାଇ ଜାତୀୟ ସ୍ତରରେ ସେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟର ନାମ ଉଜ୍ଜ୍ୱଳ କରିବେ ବୋଲି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଘଟଣା ନିଶ୍ଚୟ ଭାବେ ଯୁବ ପିଢିଙ୍କୁ ସ୍ୱପ୍ନ ସାକାର କରିବାରେ ନୂତନ ପ୍ରେରଣା ଦେବ।
ରାଜ୍ୟ
ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଜାତୀୟସ୍ତର ୟୁ ୧୪ ରଗବୀ ଖେଳାଳୀ ରୂପେ ମନୋନୀତ
- Hits: 5








