ହେଡଲାଇନସ୍:

ଗାଡ଼ି ଉଭରଟେକ ନେଇ ରେଞ୍ଜର ଓ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ ବାଡେଇବା ଘଟଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କୁଲଡିହା ରେଞ୍ଜରଙ୍କ ଗିରଫ ଓ ବହିଷ୍କାର ଦାବୀ କଲେ ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ।

ନୀଳଗିରି, ତା ୨୭।୩(); ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡିହା ରେଞ୍ଜର ତଥା ଏସିଏଫ ସୁବ୍ରତ କୁମାର ବେହେରା ଗାଡ଼ି ଉଭରଟେକ ନେଇ ରେଞ୍ଜର ଓ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ ବାଡେଇବା ଘଟଣାକୁ ନିନ୍ଦା କରିବା ସହିତ ଆଜି ଏକ ପ୍ରେସ ଇସ୍ତାହାର ରେ କୁଲଡିହା ରେଞ୍ଜରଙ୍କ ଗିରଫ ଓ ବହିଷ୍କାର ଦାବୀ କରିଛନ୍ତି ନୀଳଗିରି ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ। ଏନେଇ ଶ୍ରୀଯୁକ୍ତ ଷଡ଼ଙ୍ଗୀ ମୁଖ୍ୟଶାସନ ସଚିବ, ଜଙ୍ଗଲ ବିଭାଗ ଶାସନ ସଚିବ, ପି ସି ସି ଏଫ, ଆର ସି ସି ଏଫ, ବାଲେଶ୍ୱର ଜିଲ୍ଲାପାଳ, ଡ଼ିଏଫଓ ଙ୍କ ଅବଗତି ନିମନ୍ତେ ପତ୍ର ଦ୍ୱାରା ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୂଚନା ଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡଭାରପ୍ରାପ୍ତ କୁଲଡିହା ରେଞ୍ଜର ତଥା ଏସିଏଫ ସୁବ୍ରତ କୁମାର ବେହେରା ଓ ପାଖାପାଖ୍ ୨୦/୨୫ଜଣ ବନ କର୍ମଚାରୀ ଗତ ୨୫ତାରିଖ ବିଳମ୍ବିତରାତ୍ରି କୁଲଡିହା ଜଙ୍ଗଳରୁ ଏକ ଘଟଣାର ତଦନ୍ତ କରି ଫେରୁଥିଲେ । ଠିକ ସେହି ସମୟରେ ନୀଳଗିରି ବ୍ଲକ ଆରବନ୍ଧ ପଞ୍ଚାୟତ ଉପରଡିହା ଗ୍ରାମର ସ୍ବର୍ଗତ ନୁନୁ ପାତ୍ରଙ୍କ ପୁତ୍ର ପଦ୍ମଲୋଚନ ପାତ୍ର(୩୬) ଯିଏକି କୁରୁଡ଼ା ଡ଼ିଏଫଓଙ୍କ ଅଫିସରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଏବଂ ଉକ୍ତ ପଞ୍ଚାୟତ ଶାଳଡ଼ହର ଗ୍ରାମର ମହେନ୍ଦ୍ର ପ୍ରସାଦ ଦାସଙ୍କ ପୁତ୍ର କ୍ଷୀରୋଦ ପ୍ରସାଦ ଦାସ (୩୧) ଯିଏକି ଟାଟା ପାୱାର କମ୍ପାନୀ ନୀଳଗିରି କାର୍ଯ୍ୟାଳୟରେ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଉଭୟ ଏକ ବଲେରୋ ଗାଡ଼ିରେ ମୟୂରଭଞ୍ଜ ଜିଲ୍ଲା ଝିଙ୍କପଦା ଶନିମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ପାଇଁ ବୁଝିବାକୁ ଯାଇ ଫେରୁଥିବା ବେଳେ ୨୧୯ ରାଜ୍ୟ
ରାଜପଥ କଳାକାଦ ଛକରେ ଭାରପ୍ରାପ୍ତ ରେଞ୍ଜରଙ୍କ ଗାଡିକୁ ଓଭର ଟେକ କରିଥିଲେ। ଏଥିରେ ଭାରପ୍ରାପ୍ତରେଞ୍ଜର ରାଗିଗରଡ଼ିହି ଛକରେ ଭାରପ୍ରାପ୍ତ ରେଞ୍ଜର ସରକାରୀ ଥରଗାଡିକୁ ଆଡା ପକାଇ ପଦ୍ମଲୋଚନଙ୍କୁ ଅଟକାଇ ଥିଲେ। ହଠାତ ରେଞ୍ଜର ଗାଡିରୁ ଓହ୍ଲାଇ ୨ଯୁବକଙ୍କୁ ଅଶୀଳ ଭାଷାରେ ଗାଳି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଭାରପ୍ରାପ୍ତ ରେଞ୍ଜର ଶ୍ରୀ ବେହେରା ରାଗି ପଦ୍ମଲୋଚନଙ୍କୁ ଠେଙ୍ଗାରେ ପିଟିବା ସହିତ ଅନ୍ୟ ବନକର୍ମ ଚାରୀ ମାନେ ବନ୍ଧୁକ, ଲୁହା ରଡ଼ରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ସମୟରେ ଗାଡିରେ ଥିବା ବନ୍ଧୁ ତଥା ଟାଟା କର୍ମଚାରୀ କ୍ଷୀରୋଦ ପ୍ରତିବାଦ କରିବାରୁ ସେ ବି ଆକ୍ରମଣରୁ ବାଦ ପଡ଼ିନଥିଲେ। ଏଥିରେ ଫରେଷ୍ଟର ବିଜୟ ସାହୁ, ସରୋଜ ପ୍ରଧାନ ହୃଷିକେଶ ପ୍ରଧାନ, ଜୟନ୍ତ ପ୍ରଧାନ ପ୍ରମୁଖଙ୍କ ସଂଘବଦ୍ଧ ଆକ୍ରମଣରେ ଉଭୟଙ୍କ ପିଠି, ହାତ, ଗୋଡ଼, ଛାତିରେ ଏକାଧିକ ଗଭୀର ଦାଗ ହୋଇ କ୍ଷତ ସୃଷ୍ଟି ହୋଇଛି। ମାତ୍ରାଧିକ ଆକ୍ରମଣ ରେ ଶିକାର ହୋଇ ଉଭୟ ସଂଜ୍ଞହୀନ ହୋଇପଡ଼ିଥିଲେ। ଆହତ ଙ୍କୁ ବରହମପୁର ଥାନାକୁ ନେଇ ଭାରପ୍ରାପ୍ତ ରେଞ୍ଜର ସୁବ୍ରତ ବେହେରା ଅତି ଚତୁରତାର ସହିତ ପଦ୍ମଲୋଚନଙ୍କ ଠାରୁ ଏକ ସାଧା କାଗଜରେ ଆପୋଷ ସମାଧାନ ହେଲା ବୋଲି ଜୋର ଧମକାଇ ଜବରଦସ୍ତି ଦସ୍ତଖତ କରାଇନେବା ସ‌ହ କ୍ଷୀରଦଙ୍କ ଠାରୁ ମୋବାଇଲ ଫୋନ, ସୁନା ଚେନ, ନଗଦ ୧୫ ହଜାର ଟଙ୍କା ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପରେ ଗୁରୁତର ଆହତ ହୋଇଥିବା ୨ଯୁବକଙ୍କୁ ବରହମପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ପଳେଇ ଯାଇଥିଲେ। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁବାର ସକାଳେ ଅନ୍ୟ ଫୋନ ଯୋଗେ ଘରକୁ ଯୋଗାଯୋଗ କରିବା ପରେ ମେଡିକାଲରେ ଉଭୟଙ୍କ ସପରିବାର ପହଞ୍ଚି ଘଟଣା ବିଷୟରେ ଜାଣିବା ପରେ ଉଭୟ ପରିବାରଙ୍କ ପକ୍ଷରୁ ଏନେଇ ବରହମପୁର ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଅପର ପକ୍ଷରେ ଉଭୟଙ୍କ ପରିବାର ନ୍ୟାୟ ପାଇଁ ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକ, ସ୍ଥାନୀୟ ସରପଞ୍ଚ କୁଳମଣି ନାୟକ ଅବଗତ କଲା ପରେ ପୂର୍ବତନ ବିଧାୟକ ଶ୍ରୀ ନାୟକ ଉଭୟଙ୍କୁ ରେମୁଣା ମେଡ଼ିକାଲ ଭେଟି ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ପରେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ, ପିସି ସିଏଫ, ଡ଼ିଓଫ, ଆଇଜି, ଏସପି, ବରହମପୁର ଥାନା ଅଧିକାରୀ ଅବଗତ କରାଇବା ସହିତ ଅଭିଯୁକ୍ତ ରେଞ୍ଜରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଯାଇଥିବା ସୂଚନା ମିଳିଛି ।

0
0
0
s2sdefault