ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଠାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି ଏହି ଅବସରରେ ପୁରୀ ଚନ୍ଦନପୁର ନିବାସୀ ପ୍ରସିଦ୍ଧ ରାମ କଥା ବାଚକ ଶ୍ରୀ ବସନ୍ତ କୁମାର ପଣ୍ଡା ଶ୍ରୀରାମଙ୍କ ଗୌରବ ମୟ ଚରିତ୍ରରୁ ଅନେକ ଉପାଦେୟ କଥା ବିଷୟରେ ଆଲୋକ ପାତ କରିବା ସହ ଦୈନନ୍ଦିନ ଜୀବନରେ ଶ୍ରୀରାମଚନ୍ଦ୍ରଙ୍କ ନୀତି ଆଦର୍ଶକୁ କିପରି ଅନୁକରଣ କରାଯାଇପାରିବ ସେ’ସମ୍ବନ୍ଧରେ ପ୍ରବଚକ ଛାତ୍ରଛାତ୍ରୀ ମାନଙ୍କୁ ବାର୍ତ୍ତା ଦେଇଥିଲେ। ବିଦ୍ୟାଳୟର ଉପଦେଷ୍ଟା ଶ୍ରୀଯୁକ୍ତ ଅନାଦି ପାଣିଗ୍ରାହୀ ପ୍ରବଚକ ଶ୍ରୀ ବସନ୍ତ କୁମାର ପଣ୍ଡା , ସହଯୋଗୀ ଶ୍ରୀ ଦିଲୀପ ସ୍ଵାଇଁ ଓ ଶୁକାନ୍ତ ପରିଡ଼ାଙ୍କୁ ଫୁଲମାଳ , ଶ୍ରୀଫଳ , ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀ ମାନେ ଶ୍ରୀରାମ , ମାତା ସୀତା , ଲକ୍ଷ୍ମଣ , ଭରତ, ଶତ୍ରୁଘ୍ନ , ହନୁମାନ ବେଶ ପକାଇ ଉପସ୍ଥିତ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପରିଚାଳନା କମିଟିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ପାଢ଼ୀଙ୍କ ତତ୍ୱାବଧାନରେ , ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।
ରାଜ୍ୟ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ
- Hits: 15








