ଗଂଜାମ: ଆମାନବବାଦୀ ହେତୁବାଦୀ ସଂଗଠନ , ଗଂଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଶକ୍ତିନଗର ୪ର୍ଥ ଲାଇନ ରେ ଥିବା ଶହୀଦ ଭଗତ ସିଂ ପାଠାଗାର ଓ ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଭଗତ ସିଂ, ଶିବ ରାମ ରାଜଗୁରୁ, ସୁଖଦେଵ ୯୫ ତମ ବଳିଦାନ ଦିବସ ପାଳନ କରାଯାଇଛି। ସଂଗଠନର ଉପ ସଭାପତି କିଶୋର ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ। ସର୍ବପ୍ରଥମେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। । ସମ୍ପାଦକ କେ.ନନ୍ଦେଷୁ ସେନାପତି ସମ୍ୟକ ସୂଚନା ପ୍ରଦାନ କରି କହିଥିଲେ ଯେ ତିନି ଜଣ ବିପ୍ଲବୀ ସଂଗ୍ରାମୀ ନିଜ ଦେଶର ସ୍ୱାଧୀନତା ପାଇଁ ଓ ସାମ୍ରାଜ୍ୟବାଦ ବିରୋଧରେ ଜୀବନକୁ ଜଳାଞ୍ଜଳୀ ଦେଇଛନ୍ତି। ଭଗତ ସିଂ ଜଣେ ନିରୀଶ୍ୱରବାଦୀ ଥିଲେ। ଭଗତ ସିଂଙ୍କ ଆତ୍ମ ଚରିତର ଉଦାହରଣ ଦେଇ ଭଗତ ସିଂ ଶେଷ ମୁହୂର୍ତ୍ତରେ ସୁଖଦେଵ ଓ ରାଜଗୁରୁଙ୍କୁ କହିଥିଲେ ଯେ ବ୍ରିଟିଶ ସରକାର ମୋତେ ହୁଏତ ମାରିଦେଇପାରନ୍ତି ହେଲେ ମୋର ଭାବନାକୁ , ବିଚାରକୁ , ଚେତନାକୁ ମାରିପାରିବେ ନାହିଁ। ପ୍ରଗତିଶୀଳ ଲେଖିକା ଡ.ବିଧୁପ୍ରଭା ରଥ ପ୍ରାଞ୍ଜଳ ଭାବେ ଭାରତୀୟ ମାନଙ୍କ ମୁକ୍ତି ପାଇଁ ଶସସ୍ତ୍ର ସଂଗ୍ରାମରେ ବିଶ୍ୱାସୀଥିଲେ। ସେ ୧୯୨୯ ମସିହାରୁ ୧୯୩୧ ମସିହା ମଧ୍ୟରେ ବିଭିନ୍ନ ସମୟରେ ୭୦୦ ଦିନ ଜେଲରେ କାଟିଥିଲେ। ଜେଲରେ ରହି ୧୧୬ ଦିନ ଅନଶନ କରିଥିଲେ। ଫାଶୀ ପୂର୍ବରୁ ଚିଠିମାଧ୍ୟମରେ ଯୁବଶକ୍ତିକୁ ଆହ୍ୱାନ ଦେଇ ଶିଷ୍ଟାଚାର,ବୈଜ୍ଞାନିକ ଚିନ୍ତାଧାରା ଓ ସଂଘର୍ଷର ପଥ ଦେଖାଇଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ଭଗତ ସିଂଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସୂଚାଇଥିଲେ। ସଂଗଠନର ସହସମ୍ପାଦକ ପ୍ରତାପ ଚନ୍ଦ୍ର ଚୌଧୁରୀ, କୋଷାଧ୍ୟକ୍ଷ ସୁନେଜ କୁମାର ପାଣିଗ୍ରାହୀ, ମହର୍ଷି ସିଂ ,କେ.ବାସବା ରାଜୁ ,ସନ୍ତୋଷ କୁମାର ମିଶ୍ର, ଟି.ଗଣେଶ, ହାକିମ ଖାଁ ବକ୍ତବ୍ୟ ରଖି ଭଗତ ସିଂଙ୍କ ବାର୍ତ୍ତା ସମାଜରେ ପ୍ରଚାର ପ୍ରସାର କରିବାକୁ କହିଥିଲେ।
ଡି.ମୋହନ ରାଓ ଧନ୍ୟବାଦ ଦେଇଥିଲେ।
ରାଜ୍ୟ
ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଶହୀଦ ଭଗତ ସିଂଙ୍କ ବଳିଦାନ ଦିବସ ପାଳନ
- Hits: 10








