ହେଡଲାଇନସ୍:

ମାଲକାନଗିରିରେ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍: ନିୟମ ମାନିଲେ ଚକୋଲେଟ୍, ଅମାନିଆଙ୍କୁ ଫାଇନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାଜ୍ୟ ପରିବହନ ପ୍ରାଧିକରଣ ବା STAଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍। ସଡ଼କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପରିବହନ ବିଭାଗ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଯେଉଁମାନେ ହେଲମେଟ୍ ପିନ୍ଧି ଓ ସମସ୍ତ ନିୟମ ମାନି ଗାଡ଼ି ଚଲାଉଛନ୍ତି, ସେମାନଙ୍କୁ ଚକୋଲେଟ୍ ଦେଇ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ଅମାନିଆଙ୍କୁ କଡ଼ା ଚେତାବନୀ ସହ ଜୋରିମାନା କରାଯାଉଛି।
ପରିବହନ ବିଭାଗ ପକ୍ଷରୁ ବଣ୍ଟାଯାଉଥିବା ଲିଫ୍‌ଲେଟ୍‌ରେ ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ରହିଛି। ମଦ୍ୟପାନ କରି ଗାଡ଼ି ନ ଚଲାଇବା, ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ବ୍ୟବହାର ନ କରିବା ଏବଂ ସିଟ୍ ବେଲ୍ଟ ବାନ୍ଧିବା ଭଳି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଲୋକଙ୍କୁ ବୁଝାଯାଉଛି। ଜିଲ୍ଲାରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏହି ଅଭିଯାନ ଜାରି ରହିବ।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ୍ ଚାଲିବାକୁ ଥିବାବେଳେ ବର୍ଷସାରା ପରିବହନ ବିଭାଗର ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।

0
0
0
s2sdefault