ହେଡଲାଇନସ୍:

ବ୍ରହ୍ମାକୁମାରୀ ତରଫରୁ ରାଉରକେଲାରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ବ୍ରହ୍ମାକୁମାରୀଜ୍ ରାଜଯୋଗ ଧ୍ୟାନ କେନ୍ଦ୍ର, ସେକ୍ଟର ୫ ଗୋଲଘର ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏହାକୁ ଆଇଏମଏ ରାଉରକେଲା ସିଟି ବ୍ରାଞ୍ଚ ଓ ଆରଜିଏଚ ଡାକ୍ତରମାନଙ୍କ ସହଯୋଗରେ ସଫଳଭାବେ ପରିଚାଳିତ ହୋଇଥିଲା ।
ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତାନ୍ତୀ ଉଦ୍ଘାଟନ କରିଥିଲେ। ସେ ଏହିପରି ସେବାମୂଳକ ପ୍ରୟାସକୁ ସ୍ୱାଗତ କରି ଆୟୋଜକ ଓ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଏହି ଶିବିରରେ ୧୦୦ରୁ ଅଧିକ ରୋଗୀ ନିଶୁଳ୍କ ସେବା ପାଇଥିଲେ। ରକ୍ତ ଶର୍କରା , ରକ୍ତଚାପ , ଚକ୍ଷୁ, ନ୍ୟୁରୋଲୋଜିକାଲ୍ ଓ ଅର୍ଥୋପେଡିକ୍ ସମସ୍ୟାର ପରୀକ୍ଷା ଓ ପରାମର୍ଶ ଦିଆଯାଇଥିଲା। ସେବା ଯୋଗାଇଥିବା ଡାକ୍ତରମାନେ ହେଲେ ଚକ୍ଷୁ ବିଶେଷଜ୍ଞ ଡା. ରବୀନ୍ଦ୍ର କୁମାର ମହାତୋ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ସତ୍ୟଜିତ ପଣ୍ଡା, ଔଷଧ ବିଶେଷଜ୍ଞ ଡା. ସୁରେଶ ବନ୍ସାଲ, କିଏସେ ର ଅଧ୍ୟକ୍ଷ ଡା. ପଣ୍ଡିତ ସାହୁ,କିଏସେ ର ସଚିବ ଡା. ଦୁଖିଆ ମୁର୍ମୁ ,ଡା. ପ୍ରଦୀପ ରଥ , କ୍ୟାଜୁଆଲିଟି ଡା. ଅମିତ କୁମାର ମହାପାତ୍ର,ଛାତି ଓ ଟିବି ଡା. ଭବାନୀ ଶଙ୍କର ରାଉତ ସୋରେନ, ସର୍ଜରୀ ଡା. ଜି.ବି. ବେହେରା, କ୍ୟାଜୁଆଲିଟି ଡା. ନିଶିଶ ଶତପଥୀ, ଅର୍ଥୋପେଡିକ ଡା. ଅମରେଶ ଜେନା, ଏମଡି ଡା. ଅନ୍ୱେଷା ଦେ ପ୍ରମୁଖ ଚିକିତ୍ସା ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ
ହିମାନ୍ଶୁ ଶେଖର ସାମଲ, ଅଜିତ କୁମାର ପରିଡ଼ା,ସବିତା ଆଚାର୍ଯ୍ୟ, ନିରୁପମା ସାହୁ ,ସୁଶାନ୍ତ କୁମାର ସାହୁ ଓ
ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ସହଯୋଗ କରିଥିଲେ।ଏହି ଅବସରରେ ସେବାକେନ୍ଦ୍ର ମୁଖ୍ୟ ବିକେ ଅଞ୍ଜଳି ତାଙ୍କ ବକ୍ତବ୍ୟରେ କହିଲେ ଯେ ଡାକ୍ତରମାନେ ଚିକିତ୍ସାର ମାଧ୍ୟମ, କିନ୍ତୁ ସେମାନେ ଯଦି ପରମାତ୍ମାଙ୍କ ସହିତ ଯୋଗ ରଖନ୍ତି, ତେବେ ସେମାନଙ୍କ ସେବା ଆହୁରି ପ୍ରଭାବଶାଳୀ ହୁଏ ଓ ରୋଗୀମାନଙ୍କ ପାଇଁ ଅଧିକ ଉପକାରୀ ହୁଏ।
ଶିବିରଟିକୁ ବ୍ରହ୍ମାକୁମାରୀ ର ଭାଇ ଓ ଭଉଣୀମାନେ ସମ୍ମିଳିତ ଭାବେ ସୁଚାରୁ ଭାବରେ ପରିଚାଳନା କରିଥିଲେ।
ଶେଷରେ, ବ୍ରହ୍ମାକୁମାରୀଜ୍ ପକ୍ଷରୁ ସମସ୍ତ ଡାକ୍ତର ଓ ମୁଖ୍ୟଅତିଥି ଶ୍ରୀ ତନ୍ତୀଙ୍କୁ ଇଶ୍ୱରୀୟ ଉପହାର ପ୍ରଦାନ କରି ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷରେ ରାଜଯୋଗ ଧ୍ୟାନ ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ସନ୍ଦେଶ ଦିଆଯାଇଥିଲା ।

0
0
0
s2sdefault