ହେଡଲାଇନସ୍:

ଉଗ୍ରତାରା ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ମହିଳାଙ୍କ ଜଳଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବେଲଗୁଣ୍ଠା -:23/03/26(ଶିବରାମ ଚୌଧୁରୀ )--: ଘୁ. ନୂଆଗାଁ ଓଧୁମୁଛାଇଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମାଁ ଉଗ୍ରତାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁରହିଛି । ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲାଭୁସୁଣ୍ଡୁପାଳ ମାଁ ଉଗ୍ରତାରା ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ବେଲଗୁଣ୍ଠା ସହର ସମେତଘୁ. ନୂଆଗାଁ ଓ ଧୁମୁଛାଇଗ୍ରାମ ପରିକ୍ରମା କରାଯାଇଥିଲା।ପରେ ଉଭୟ ଗ୍ରାମର ମଧ୍ୟଭାଗଛକ ଠାରେ ନିର୍ମିତ ମାଁ ଉଗ୍ରତାରା ମନ୍ଦିରରେ ଏହା ସ୍ଥାପନ କରାଯାଇଥିଲା। ରବିବାର ଦ୍ୱିତୀୟ ଦିବସରେ ବଡ଼ ନଦୀରୁ ଗଙ୍ଗାଜଳ ବରୁଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ଗ୍ରାମର4 ଶହରୁ ଉର୍ଦ୍ଧ୍ଵ ମହିଳାଙ୍କ ଜଳଯାତ୍ରା ଆଧ୍ଯାତ୍ମକି ବାତାବରଣ ସୃଷ୍ଟି କରିଥିଲା । ବଡ଼ ନଦୀରୁ ମହିଳାମାନେ ମୁଣ୍ଡଲେ କଳସ ଧରି ଶୋଭାଯାତ୍ରାରେ ବାହାରିଥିଲେ । ପୁରୋହିତ ଗୋଷ୍ଠୀ ମନ୍ତ୍ର ଉଚାରଣ ସହ ପୂଜାପାଠକରିଥିବାବେଳେ ମହିଳାଙ୍କ ହୁଳହୁଳିଓହରିବୋଲ ଧ୍ବନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବାଦ୍ୟ ବାଜଣା ଓ ଆତସବାଜି ମଧ୍ୟରେ ଜଳଯାତ୍ରା ଗ୍ରାମ ପରିକ୍ରମା କରିଯଜ୍ଞସ୍ଥଳରେ ପହଞ୍ଚିଥିଲା । ସୋମବାରଠାରୁ ମନ୍ଦିର ପ୍ରତିଷ୍ଠା ଜାଗ ଯଜ୍ଞ 24 ପ୍ରହର ଅଖଣ୍ଡ ନାମ ଯଜ୍ଞ ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ26 ତାରିଖ ପର୍ଯ୍ୟନ୍ତ ଚାଲୁରହିବ।ମନ୍ଦିର ପ୍ରତିଷ୍ଠାର ପରି ଚାଳନା କମିଟିଙ୍କ ସହ ଉଭୟ ଗ୍ରାମର ଶତାଧିକଯୁବସେଚ୍ଛାସେବୀ କାର୍ଯ୍ୟକ୍ରମରେସହଯୋଗ କରିଥିଲେ।

0
0
0
s2sdefault