ହେଡଲାଇନସ୍:

ମହିଳା ଆୟୋଗ ଦ୍ଵାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୨୩/୦୩- ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯ୍ୟାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲ୍ଲଂଘନ ଏବଂ ମହିଳା କଲ୍ୟାଣ, ଇତ୍ୟାଦି ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁଳ୍କ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ମହିଳା ଆୟୋଗ ଏବଂ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ସହଯୋଗରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ କେନ୍ଦୁଝର ଏବଂ ଦେବଗଡ ଜିଲ୍ଲା ସକାଶେ ଦରବାର ହଲ, କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଛି ।
ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଠିତ ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମୁଦାୟ ୩୪ ଗୋଟି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ, ସେଥି ମଧ୍ୟରୁ ମୋଟ ୧୩ ଗୋଟି ମାମଲାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ପକ୍ଷମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି ହୋଇ, ୭ ଗୋଟି ମାମଲାର ଫଏସଲା ହୋଇଥିବା ବେଳେ, ୩ ଗୋଟି ମାମଲାକୁ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଥିଲା, ୧ ଗୋଟି ମାମଲାରେ ଅନ୍ୟ କର୍ତ୍ତୃପକ୍ଷକୁ ପ୍ରେରଣ କରାଯାଇଥିଲା, ଅନ୍ୟ ୨ଗୋଟି ମାମଲାରେ ପକ୍ଷମାନଙ୍କୁ ଆୟୋଗରେ ପୁନଃ ଉପସ୍ଥିତ ନିମନ୍ତେ ନୋଟିସ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଆଜିର ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ କେନ୍ଦୁଝର ଓ ଦେବଗଡ ଜିଲ୍ଲର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକ ମାମଲା ଗୁଡିକରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ୍ ଦାଖଲ କରିଥିଲେ । ସେହିପରି, ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୮ ଗୋଟି ନୂତନ ମାମଲାର ପଞ୍ଜିକରଣ ମଧ୍ୟ ହୋଇଥିଲା ।
ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ଆୟୋଗର ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ, ଦେବଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅନିଲ କୁମାର ମିଶ୍ର, କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ , କେନ୍ଦୁଝର ଅତିରିକ୍ତ ଉପ-ଆରକ୍ଷୀ ଅଧୀକ୍ଷୀକା ଶ୍ରୀମତୀ ପୂଜା ଧାମ, କେନ୍ଦୁଝର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସବିତା ଦାସ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ତରଫରରୁ ଶ୍ରୀ ଅକ୍ଷୟ କୁମାର ଚକ୍ର, କେନ୍ଦୁଝର ପରିବାର ପରାମର୍ଶ କେନ୍ଦ୍ରର କାଉନ୍ସେଲର ଶ୍ରୀମତୀ ଜୟଶ୍ରୀ ଦାଶ ଏବଂ ଶ୍ରୀ ବିନୋଦ ବିହାରୀ ରାଉତ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିଥିଲେ ।
ସେହିପରି, ମହିଳା ଆୟୋଗର ଆଇନ୍ ସହାୟକ ଶ୍ରୀ ଅରବିନ୍ଦ ପଟ୍ଟନାୟକ, ଦୁଇଜଣ କାଉନ୍ସେଲର ଶ୍ରୀମତୀ ବନ୍ଦନା ମହାନ୍ତି, ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଶ୍ରୀ ତ୍ରିଲୋଚନ ନାୟକ, ଶ୍ରୀ ଚିତ୍ତରଞ୍ଜନ ସାହୁ, ଶ୍ରୀ ଅନ୍ତରଯାମୀ ରାଉତ ଏବଂ ଶ୍ରୀ ରାମଚନ୍ଦ୍ର ବେହେରା ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।

0
0
0
s2sdefault