ହେଡଲାଇନସ୍:

ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ମାର୍ଚ୍ଚ ୮: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହେଉଥିବା ଏହି ଦିବସ ମହିଳାଙ୍କ ଅଧିକାର, ସମାନତା ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯାଏ ।
ଏହି ଅବସରରେ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ଡ଼ଃ କାହ୍ନୁଚରଣ ପାଣିଗ୍ରାହୀ ଉଦ୍ବୋଧନ ଦେଇ କହିଥିଲେ ଯେ, ମହିଳାଙ୍କ ସଶକ୍ତିକରଣ ଓ ସମାନ ଅଧିକାର ସୁନିଶ୍ଚିତ କରିବା ଆଜିର ସମାଜର ପ୍ରମୁଖ ଆବଶ୍ୟକତା । ଶିକ୍ଷା, ଚାକିରି ଓ ସାମାଜିକ କ୍ଷେତ୍ରରେ ମହିଳାଙ୍କ ଅଗ୍ରଗତି ଦେଶର ଉନ୍ନତିର ଭିତ୍ତି ବୋଲି ସେ ମତ ପ୍ରକାଶ କରିଥିଲେ ।

ଅନୁଷ୍ଠାନର ଚେୟାରମେନ୍ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ନିଜ ବାର୍ତ୍ତାରେ କହିଥିଲେ ଯେ, ଆଜି ମହିଳାମାନେ ବିଜ୍ଞାନ, କ୍ରୀଡା, ଶିକ୍ଷା, ପ୍ରଶାସନ ଓ ରାଜନୀତି ସହିତ ପ୍ରାୟ ସମସ୍ତ କ୍ଷେତ୍ରରେ ସଫଳତା ଅର୍ଜନ କରି ସମାଜ ପାଇଁ ପ୍ରେରଣାର ନୂତନ ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି । ବିକଶିତ ଭାରତ ପାଈଁ ଅଧ୍ୟାପିକାଙ୍କ ଗବେଷଣା ଓ ଛାତ୍ରୀ ମାନଙ୍କ ସୃଜନ ଶିଳତା ଦକ୍ଷତା ବୃଦ୍ଧି ଆହୁରି ତୀବ୍ର ତର ହେବା ଦରକାର ବୋଲି ମତବ୍ୟକ୍ତ ପାଇଥିଲା ।

ପରେ ଛାତ୍ରୀମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ ଆୟୋଜନ କରିଥିଲେ l

0
0
0
s2sdefault