ହେଡଲାଇନସ୍:

ବୃଦ୍ଧାଶ୍ରମରେ ହୋଲି ପାଳିଲେ ସିନେମା ‘ଚାରିକାନ୍ଧ’ର ଟିମ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ବୃଦ୍ଧାଶ୍ରମରେ ଅଭୁଲା ସ୍ମୃତି ବଖାଣିଲେ ‘ଚାରିକାନ୍ଧ’ର କଳାକାର

  • - ପ୍ରଶଂସା ସାଉଁଟୁଛି ଭାରତର ପ୍ରଥମ ୩୭ ମିନିଟର ମଧ୍ୟମ ଅବଧି ଚଳଚ୍ଚିତ୍ର ‘ଚାରିକାନ୍ଧ’

  • - ଦେଶ ବିଦେଶରେ ବେଶ୍ ଆଦୃତ ଲାଭ କରିଛି ଏହି ଚଳଚ୍ଚିତ୍ର


ଭୁବନେଶ୍ବର,୪/୩ : ପବିତ୍ର ହୋଲି ପର୍ବ ଉପଲକ୍ଷେ ବୃଦ୍ଧାଶ୍ରମରେ ହୋଲି ପାଳିରେ ସିନେମା ‘ଚାରିକାନ୍ଧ’ର ଟିମ୍ । ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମଠାରେ ସକାଳୁ ସକାଳୁ ପୂରା ଟିମ୍ ହୋଲି ଖେଳିବାକୁ ପହଞ୍ଚିଥିଲେ । ‘ଚାରିକାନ୍ଧ’ର କଳାକାରମାନେ ସେଠାରେ ପହଞ୍ଚି ବୃଦ୍ଧବୃଦ୍ଧାମାନଙ୍କ ପାଦରେ ଅବିର ଦେଇ ପ୍ରଣାମ ଜଣାଇବା ସହ ହୋଲି ପର୍ବର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ପ୍ରଯୋଜକ ଅତିଶ କୁମାର ରାଉତ, ନିର୍ଦ୍ଦେଶକ ବିଶ୍ୱନାଥ ରଥ, ଅଭିନେତା ଶକ୍ତି ବରାଳ, ସୁଶିଲ ମିଶ୍ର, ଅଭିନେତ୍ରୀ ଶତାବ୍ଦୀ ସୁର୍ଯ୍ୟସ୍ନାତା ପ୍ରମୁଖ ଉପସ୍ଥିତ ଥିଲେ । ‘ଚାରିକାନ୍ଧ’ର କଳାକାରମାନେ ହୋଲି ପର୍ବକୁ ନେଇ ଥିବା ତାଙ୍କର ଅଭୁଲା ସ୍ମୃତିଗୁଡ଼ିକ ବଖାଣିଥିଲେ ।
ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଛି ଭାରତର ପ୍ରଥମ ମଧ୍ୟମ ଅବଧି ଚଳଚ୍ଚିତ୍ର ‘ଚାରିକାନ୍ଧ’ । ଓଡ଼ିଶାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଦେଶ ବିଦେଶରେ ବେଶ୍ ଆଦୃତ ଲାଭ କରିଛି । ଓଡ଼ିଆ ସିନେମା ‘ଚାରିକାନ୍ଧ’ ଫେବୃଆରୀ ୨୭ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିଛି l ୩୭ ମିନିଟର ‘ଚାରିକାନ୍ଧ’ର କାହାଣୀ ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି । ହଲରୁ ବାହାରିବା ସମୟରେ ଭାବ ବିହ୍ଵଳ ହୋଇପଡ଼ୁଛନ୍ତି ଦର୍ଶକ । ସାମ୍ପ୍ରତିକ ପରିସ୍ଥିତିରେ ମଣିଷର ମୃତ୍ୟୁ ପରେ କାନ୍ଧ ଦେବାକୁ କେହି ନ ଥିବା ଘଟଣା ଏଥିରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ର ଦେଖିବା ସମୟରେ ଦର୍ଶକଙ୍କ ଆଖିରେ ଲୁହ ଆଉ ଛାତିରେ କୋହ ଦେଖିବାକୁ ମିଳୁଛି l
‘ଚାରିକାନ୍ଧ’ର ପ୍ରଯୋଜକ ଅତିଶ କୁମାର ରାଉତ ରହିଥିବାବେଳେ ଲେଖକ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଶ୍ୱନାଥ ରଥ। ଅଭିନୟରେ ଅଭିନେତା ଶକ୍ତି ବରାଳ, ଶତାବ୍ଦୀ ସୁର୍ଯ୍ୟସ୍ନାତା, ସୁଶିଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ. ପାଢ଼ି, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ. ରାଜେନ୍ଦ୍ର, ସୌମ୍ୟ ଆର୍.ଷଡ଼ଙ୍ଗି ପ୍ରମୁଖ ରହିଛନ୍ତି । ୩୭ ମିନିଟର ଏହି ଫିଲ୍ମଟି ୪୬ରୁ ଅଧିକ ଜାତୀୟ ଓ ୨୨ରୁ ଅଧିକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ଅନେକ ବର୍ଗରେ ପୁରସ୍କୃତ ହୋଇଛି ।

0
0
0
s2sdefault