ହେଡଲାଇନସ୍:

ଖାସି ଚୋରୀକୁ ନେଇ ରକ୍ତରେ ହୋଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା ୪/୩- ହୋଲି ରଙ୍ଗର ପର୍ବ ଏହି ଦିନ ଶତ୍ରୁତା ଭୁଲି ସମସ୍ତଙ୍କୁ ଆପଣେଇବା ପରମ୍ପରା ରାହିଛି। ତେବେ କେନ୍ଦୁଝର ପରି ଜିଲ୍ଲାରେ ମଦ ମାଂସ ଲାଗି ଏହାର ବ୍ୟତିକ୍ରମ କିଛି ସ୍ଥାନରେ ଦେଖାଯାଉଛି। ଖବର ମିଳିଛି କି ସଦର ଥାନା ଅନ୍ତର୍ଗତ ଉପର ଚମ୍ପେଇ, ଜୁଆଙ୍ଗ ସାହିରେ ଆଜି ପବିତ୍ର ହୋଲିରେ ଏକ ରକ୍ତପାତ ଘଟିଯାଇ ଥାନାରେ ମାମଲା ଦରଜ ହୋଇଛି। ଘଟଣା ହେଲା ସଦର ଥାନା ଅନ୍ତର୍ଗତ ସାରୁକୁଦ ଗ୍ରାମର ଶିକ୍ଷିତ ଯୁବକ ଜ୍ୟୋତିପ୍ରକାଶ ନାୟକ(୩୩) ବେଙ୍ଗାଲୁରରେ ଚାକିରୀ କରନ୍ତି ସେ ଘରକୁ ହୋଲି ଛୁଟିରେ ଆସିଥିଲେ । ହେଲେ ଦେଖିଲେ ଗାଁରୁ ଏହି ୨ ତାରିଖ ଦିନ ତାଙ୍କର ପାଳିତ ଦୁଇଟି ବଡ଼ ଖାସିକୁ କେହି ଚୋରି କରିନେଇଛି। ଆଗରୁ ଏମିତି ବରାବର ଚୋରି ହୁଏ ବିଶେଷ କରି ପର୍ବପର୍ବାଣୀ ବେଳେ । ହୋଲି ଥିବାରୁ ମଦୁଆ ଖାସି ମାଂସ ଖାଇବେ ବୋଲି ଏହି ଚୋରି ହେଇଛି ବୋଲି ସେ ସଠିକ ଅନୁମାନ କରିନେଲେ। ତେଣୁ ସେ ଆଜି ସକାଳୁ ଉଠି ଉପର ଚମ୍ପେଇ ଜୁଆଙ୍ଗ ସାହିକୁ ଖାସି ଖୋଜିବାକୁ ଯାଇଥିଲେ। ସେଠାରେ ଉପର କାଇପୁର ଗ୍ରାମର ପ୍ରଶାନ୍ତ ବେହେରା, ପିତା - ଶଙ୍କୁରୁ ବେହେରା ଉପସ୍ଥିତ ଥିଲା ଯାହାକୁ ଜ୍ୟୋତି ପ୍ରକାଶ ଖାସି ଦେଖିଛ ବୋଲି ପଚାରିଥିଲା। ହେଲେ ଏହି ସାଧାରଣ କଥାରେ ପ୍ରଶାନ୍ତ ରକ୍ତ ମୁଖା ହୋଇ ମୁଁ ଖାସି ନେଇଛି ରକ୍ତରେ ହୋଲି ଖେଳିବି କହି ଆକ୍ରମଣ କଲା। ସେ ପଥର ଉଠାଇ ଆକ୍ରମଣ କରିବାରୁ ଜ୍ୟୋତିପ୍ରକାଶଙ୍କ ମୁଣ୍ଡ ଫାଟିଛି ପୁଣି ତାଙ୍କ ସ୍କୁଟର ମଧ୍ୟ ଭାଙ୍ଗିଛି। ଏହାପରେ ପରିବାର ଲୋକ ଉଦ୍ଧାର କରି ଜ୍ୟୋତିପ୍ରକାଶଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ମୁଣ୍ଡରେ ଦୁଇଟା ଷ୍ଟିଚ ପଡ଼ିଥିଲା। ଏହାପରେ ସେ କେନ୍ଦୁଝର ସଦର ଥାନାରେ ନିଜର ସୁରକ୍ଷା ନେଇ ଅପରାଧୀକୁ ତୁରନ୍ତ ଗିରଫ କରିବାକୁ ଏତଲା ଦେଇଛନ୍ତି। ହୋଲି ଖେଳରେ ଖାସି ମାଂସ ଖାଇବାକୁ ଏପରି ନିନ୍ଦନୀୟ କାର୍ଯ୍ୟକୁ ସ୍ଥାନୀୟ ଲୋକେ ନାପସନ୍ଦ କରି ଚୋର ଅପରାଧୀଙ୍କୁ ଧରି ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି।

0
0
0
s2sdefault