ହେଡଲାଇନସ୍:

ହୋଲି ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦୁଝର,ତା୪/୩- ଆନନ୍ଦପୁର ସହରର ପାଟରା ସାହି ବ୍ରାହ୍ମଣୀଦେବୀ କ୍ରିକେଟ ପଡ଼ିଆରେ ହୋଲି ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ପତିତପାବନ ପ୍ରିମିୟର ଲିଗ୍ ୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଭାତୃଭାବ ତଥା ନିଜର ଫିଟନେସ ବଜାୟ ରଖିବା ପାଇଁ ପ୍ରତିବର୍ଷ ହୋଲିରେ ଆୟୋଜିତ ହେଉଥିବା ଏହି ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚଳିତ ବର୍ଷ ୧୧ତମ ସଂସ୍କରଣରେ ପଦାର୍ପଣ କରିଥିବା ବେଳେ ପ୍ରଥମ କରି ଦିବାରାତ୍ର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ ରବିନ ଲିଗ୍ ଭିତ୍ତିରେ ଟିମ୍ ବ୍ରହ୍ମୋସ୍,ଟିମ୍ ଅଗ୍ନି,ଟିମ୍ ଶୌର୍ଯ୍ୟ ଭାଗ ନେଇ ପ୍ରତ୍ୟେକ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଉନ୍ନତ ରନ୍ ରେଟରେ ଟିମ୍ ବ୍ରହ୍ମୋସ ଚଳିତ ବର୍ଷ ଚମ୍ପିଆନ ହୋଇଥିଲା।ଆଦିତ୍ୟ ମୋହନ ନାୟକ,ଶୁଭ୍ରମନ୍ୟୁ କୁଣ୍ଡ,ସୁଧୀର କୁମାର ନାହାକ,ଜୟନ୍ତ କୁମାର ବେହେରା,ରାକେଶ କୁମାର ପାତ୍ର,ବିଜୟ କୁମାର ବେହେରା,ସୁଧୀର କୁମାର ବେହେରା,ଓଁକାର ପ୍ରସାଦ ଦାସ,ଅଶ୍ୱିନୀ କୁମାର ସାହୁ,ସତ୍ୟରଞ୍ଜନ ବେହେରା,ଭଦ୍ରତନୁ ଦାସ,ପତିତପାବନ ସା,ସୁବ୍ରତ କୁମାର ବେହେରା,ଚିନ୍ମୟ କୁମାର ସାହୁ,ତ୍ରିଲୋଚନ ପାତ୍ର,ରାଜେଶ କୁମାର ପାତ୍ର,ଗୁପ୍ତତନୁ ଦାସ,ମୃତ୍ୟୁଞ୍ଜୟ ସାହୁ,ପ୍ରକାଶ କୁମାର ସାହୁ,ନିରାକାର ରାମ୍,ଜଗନ୍ନାଥ ସାହୁ,ସୁକେଶ ସିଂହ,ସନ୍ତୋଷ କୁମାର ସାହୁ,ରୁଦ୍ରନାରାୟଣ ପାତ୍ର ପ୍ରମୁଖ କ୍ରିକେଟ ମ୍ୟାଚ୍ରେ ଭାଗ ନେଇଥିବା ବେଳେ ପ୍ରିୟବ୍ରତ ଚକ୍ରବର୍ତ୍ତୀ,ବାବୁ ଚନ୍ଦ୍ର ରାମ୍ କ୍ରିକେଟ୍ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault