ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଏବଂ ହୋଲି ପର୍ବ ଅନୁଷ୍ଠିତ ହୋଇଯାଇଛି I ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୈଜ୍ଞାନିକ ମାନଙ୍କ ଜୀବନୀ ଏବଂ ସେମାନେ ଉଦ୍ଭାବନ କରିଥିବା ବିଜ୍ଞାନ ବିଷୟରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଶିଶୁମାନେ ଅଂଶଗ୍ରହଣ କରିଥିଲେ l ଅପରାହ୍ଣରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ବିଜୟ କୁମାର ସ୍ଵାଇଁ,ଉପଦେଷ୍ଟା ରବୀନ୍ଦ୍ରନାଥ ରଠ ଏବଂ ଯୁବ ସାମ୍ବାଦିକ ଶିବରାମ ଚୗଧୁରୀ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା ବିଜ୍ଞାନ ଆମ ଜୀବନରେ କିପରି ଉନ୍ନତି ଆଣିଛି ତାର ଉପରେ ଅନେକ ଉଦାହରଣ ଦେଇଥିଲେ I ଏହି ଅବସରରେ ବିଦ୍ୟାଳୟରେ ହୋଲି ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା I ଏଥିରେ ଜଗନ୍ନାଥଙ୍କ ନିକଟରେ ଫଗୁ ପୂଜା କରାଯାଇ ଛାତ୍ରଛାତ୍ରୀ ମାନେ ଉତ୍ସାହରେ ରଙ୍ଗ ଖେଳି ଥିଲେ I ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
ରାଜ୍ୟ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ
- Hits: 59








