ହେଡଲାଇନସ୍:

ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ :୨୬/୨ -ବୁଧବାର ପ୍ରାତଃ ରୁ ଜଣେ ବୃଦ୍ଧଙ୍କ ମୃତଦେହ ଡମଶୁଣ ସ୍ଥିତ ଲୁଣାପାଟ ନିକଟ ଏକ ଚୁଆ ରେ ମୁହଁ ମାଡି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ଏହି ଘଟଣା ସମ୍ପର୍କରେ ନୂଆଗଡ ସାମୁଦ୍ରିକ ଥାନା ପୁଲିସ କୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ବୃଦ୍ଧଙ୍କ ମୃତଦେହ କୁ ଜବତ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଛି। ମୃତ ବୃଦ୍ଧ ଜଣକ ହେଲେ ବିଦ୍ୟାଧର ମହାନ୍ତି (୮୫)। ସେ ଜଗତସିଂହପୁର ଜିଲ୍ଲା ମାଛଗାଁ ଓଚିନ୍ଧା ଗ୍ରାମର ବାସିନ୍ଧା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ନୂଆଗଡ ସାମୁଦ୍ରିକ ଥାନା ଅଧୀନ ଝାଡ଼ଲିଙ୍ଗ ପଂଚାୟତ ଡମଶୁଣ ନିକଟ ଲୁଣାପାଟ ଏକ ବନ୍ଧ ନିକଟରେ ବୁଧବାର ସକାଳୁ ପାଣି ଭିତରେ ମୁହଁ ମାଡି ପଡ଼ିଥିଲେ। ନୂଆଗଡ ସାମୁଦ୍ରିକ ଥାନା ପୁଲିସ ଖବର ପାଇବା ପରେ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ ପରେ ଜଣାପଡିଥିଲା ମୃତ ବୃଦ୍ଧ ଜଣକ ବିଦ୍ୟାଧର ମହାନ୍ତି। ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ଖଣ୍ଡିବେଲାରୀ ଗ୍ରାମର କୈଳାଶ ବିଶ୍ୱାଳ ଙ୍କ ଘରେ ରହୁଥିଲେ। କିନ୍ତୁ ଅଚାନକ ବୃଦ୍ଧ ଜଣକ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ବ୍ୟାଗ ଧରି ଘରୁଆସିଥିଲେ। କିନ୍ତୁ ବୃଦ୍ଧ ଜଣକ କିପରି ପାଣି ପଡିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଂଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ ସହ ବୃଦ୍ଧ ଙ୍କ ପରିଚୟ ମିଳିବା ପରେ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ ପହଂଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ସମ୍ପର୍କୀୟ ପକ୍ଷରୁ ନୂଆଗଡ ସାମୁଦ୍ରିକ ଥାନା ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୧/୨୬ରେ ରୁଜୁ ସହ ବୃଦ୍ଧ ଜଣକ ପାଣି କୁ କିପରି ଆସିଲେ, କେଁଉ ଉଦେଶ୍ୟ ରେ ଆସିଥିଲେ ଓ ମୃତ୍ୟୁ କିପରି ହେଲା ?ପୁଲିସ ବୃଦ୍ଧ ଙ୍କ ମୃତ ଦେହ କୁ ଶବ ବ୍ୟବଛେଦ ପାଈଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲା ବେଳେ,ତଦନ୍ତ ଜାରି ରଖିଛି l

0
0
0
s2sdefault