ହେଡଲାଇନସ୍:

ସିଂହାସନରେ ବିଜେ କଲେ ମାଆ ଶ୍ୟାମାକାଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଗତ ୨୦ ତାରିଖରୁ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ଅନୁଷ୍ଠିତ ହେଉଛି I ଏହି ଅବସରରେ ଗ୍ରାମରେ ମୀନା ବଜାର, ରାମ ଦୋଳି, ଟୋରାଟୋରା,ଡିସ୍କୋ ଏବଂ ଯାତ୍ରା ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି I ମୀନା ବଜାରରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି I ନିମପଦରରୁ ଆସିଥିବା ରୋଶନ୍ କଳାକୁଞ୍ଜ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରୁଛି I ବିଶେଷ କରି ହେଲିକେପ୍ଟର, ୱାଟର୍ କିଙ୍ଗଡମ୍,ଡ୍ରାଗନ୍ ନିକଟରେ ଛୋଟ ଛୁଆଙ୍କ ମନ କିଣି ନେଉଛି I ସେହିପରି ମନ୍ଦିରର ସାଜସଜ୍ଜା, ଆକର୍ଷଣୀୟ ଶବ୍ଦ, ଆଲୋକ ମାଳାରେ ଗ୍ରାମ ଝଲସି ଉଠୁଛି I ଏହି ଅବସରରେ ଆଜି ମାଆ ଶ୍ୟାମା କାଳୀଙ୍କୁ ରତ୍ନ ସିଂହାସନରେ ବିଜେ କରାଯାଇଛି I ଆଜି ମାଆଙ୍କୁ ପାରମ୍ପରିକ ବାଜା ଏବଂ ବିରାଟ ବାଣ ପଟୁଆରରେ ଗ୍ରାମ ପରିକ୍ରମା କରାଯିବା ପରେ ହୋମ ଯଜ୍ଞ ଅନୁଷ୍ଠିତ କରାଯାଇ ମାଆଙ୍କୁ ସିଂହାସନରେ ବିଜେ କରାଯାଇଥିଲା I ପୂର୍ବରୁ ମନ୍ଦିରର ରତ୍ନ ମୁଦ ସ୍ଥାପନ କରାଯାଇଥିବା ବେଳେ ଆଜି ମନ୍ଦିରର ଦଧିନଉତି ସ୍ଥାପନ କରାଯାଇ ନେତ ବନ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଏବଂ ଯନ୍ତ୍ର ସ୍ଥାପନ କରାଯାଇଥିଲା I ଆଜି ମାଆଙ୍କ ସିଂହାସନ ବିଜେ ଅବସରରେ ଗ୍ରାମର ଶହ ଶହ ମହିଳା ଏବଂ ପୁରୁଷ ଉପବାସ କରିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିଥିଲେ I

0
0
0
s2sdefault