ମୟୁରଭଂଜ ଜିଲ୍ଲାର ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ସାରସକଣା ମୟୁରଭଂଜ ଜିଲ୍ଲାର ତିନି ରାଜ୍ୟର ସୀମାନ୍ତ ଅଞ୍ଚଳ ଜାମଶୋଳା ଠାରେ ଦିନକୁ ଦିନ ବଢ଼ି ଚାଲିଛି ବାଲି ଚୋରି । ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ଵ ହାନି ହେଉଛି । ଟେର ପାଉନାହିଁ ବିଭାଗ। ମାଫିଆ ମାନେ ପ୍ରତ୍ୟେକ ଦିନ ରାତିରେ ଶହ ଶହ ବାଲି ଅନ୍ୟ ରାଜ୍ୟକୁ କରୁଛନ୍ତି ଚାଲାଣ | ମାଇନିଙ୍ଗ ବିଭାଗ ଓ ପୋଲିସ ବିଭାଗ ର ସରକାରୀ ବାବୁ ମାନେ ଏଠି ଚୁପ ହୋଇ ହାତ ଟେକି ବସିବାର କାରଣ ଖେଜୁଛନ୍ତି ସାଧାରଣ ଜନତା | ଦିନ ହେଉ ବା ରାତ୍ରି ସମୟରେ ନିର୍ଦ୍ଵନ୍ଦରେ ସୁବର୍ଣ୍ଣ ରେଖା ନଦୀ ଗର୍ଭରୁ ବାଲି ଖନନ କରି ଟ୍ରାକ୍ଟର ଯୋଗେ, ଅଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ପରିମାଣରେ ପାହାଡ଼ ସଦୃଶ୍ୟ ବାଲି ଗଚ୍ଛିତ କରି ରଖିବା ସହିତ ରାତ୍ରି ସମୟରେ ବଡ଼ ବଡ଼ ହାଇୱା ସାହାଯ୍ୟରେ ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ କରାଯାଉଛି | ତେବେ ପ୍ରଶାସନ ଏହା ଜାଣି ପାରୁନି କେମିତି ? ଅନ୍ୟପଟେ କିଛିଦିନ ପୂର୍ବରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଶ୍ରୀ ଯୁକ୍ତ ସୁରେଶ ପୂଜାରୀ ମୟୂରଭଞ୍ଜ ଗସ୍ତରେ ଆସି କହିଥିଲେ କି ବାଲି ତସ୍କରି ରୋକିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ, ଏସପି, ମାଇନିଙ୍ଗ ବିଭାଗ ଓ ସମସ୍ତ ତହସିଲଦାର ଙ୍କୁ ଆଦେଶ ଦେଇଥିବା ସହିତ ଏଥିପାଇଁ ଏସୋପି ମଧ୍ୟ ଜାରି କରଯାଇଛି ବୋଲି କହିଥିବା ବେଳେ ଏଠି କିନ୍ତୁ ରାଜସ୍ଵ ମନ୍ତ୍ରୀଙ୍କ କଥା ଓ ଆଦେଶ କେବଳ ଆଦେଶରେ ହିଁ ରହି ଯାଇଥିବାର ଜଣାପଡୁଛି । ମନ୍ତ୍ରୀଙ୍କ ଆଦେଶକୁ ବି ମାନୁ ନାହାନ୍ତି ସରକାରୀ ବାବୁ । ତେବେ ପ୍ରଶାସନ ଏହାର ଟେର ପାଉନି ନା ସବୁ ଜାଣିଶୁଣି ମୋଟା ଅଙ୍କର ଟଙ୍କା ନେଇ ବାଲି ମାଫିଆ ମାନଙ୍କୁ ସାହାଯ୍ୟ କରୁଛି ? ପ୍ରସାଶନ, ସାଧାରଣରେ ସୃଷ୍ଟି କରୁଛି ପ୍ରଶ୍ନବାଚୀ । ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ବାବୁ ଙ୍କ ସହିତ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଆଗାମୀ ଦିନରେ ସରକାର ବାଲିଚୋରି ଉପରେ ରୋକ୍ ଲଗେଇବାରେ ସଫଳ ହୋଉଛିନ୍ତି ନାଁ ନାହିଁ ତାହା ସମୟ କୁ ଅପେକ୍ଷା।
ରାଜ୍ୟ
ବାଲି ତସ୍କରି ଉପରେ ରୋକ୍ ଲଗାଇବାରେ ସରକାର ବିଫଳ ରାଜସ୍ବ ମନ୍ତ୍ରୀ ଙ୍କ କଥା କୁ ଫୁ: କଥା ମାନୁ ନାହାନ୍ତି ସରକାରୀ ବାବୁ
- Hits: 30








