ହେଡଲାଇନସ୍:

ଭାରତ ବିକାଶ ପରିଷଦର ଆନେମିଆ ମୁକ୍ତ ଭାରତ କାର୍ଯ୍ୟକ୍ରମ .

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ଭାରତ ବିକାଶ ପରିଷଦର ମହିଳା ସହଭାଗିତା ବିଭାଗ ତରଫରୁ ଆନେମିଆ ମୁକ୍ତ ଭାରତ ଭଳି ଏକ ସଚେତନତା କାର୍ଯ୍ୟକ୍ରମ କୋଏଲ ନଗର ସରସ୍ଵତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡ ଓ ସମ୍ପାଦକ ବନ୍ଦିତା ମାହତୋଙ୍କ ଆବାହକତ୍ୱ ତଥା ମହିଳା ବିଭାଗର ପ୍ରମୁଖ ଅଞ୍ଜୁ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝିରପାଣି ସ୍ଥିତ ପୂର୍ଣ୍ଣିମା ନର୍ସିଂ ହୋମ ଓ ଦୀନକୃଷ୍ଣ ୱେଲଫେୟାର ସୋସାଇଟିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଥିଲା। ଏଥିରେ ମୁଖ୍ୟଅତିଥି ଭାବେ ନର୍ସିଂ ହୋମର ମୁଖ୍ୟ ଡାକ୍ତର ମଧୁସୂଦନ ସାହୁ ଯୋଗଦେଇ ଆନେମିଆ ବା ରକ୍ତହୀନତା କଣ, ଏହାର ନିରାକରଣ, ଆନେମିଆ ପୀଡ଼ିତଙ୍କ ସମସ୍ୟା ଓ ଏଥିରୁ ମୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପରିଷଦର ସଭାପତି ଶ୍ରୀ କକ୍କଡ ସ୍ବାଗତ ଭାଷଣ ଓ ସମ୍ପାଦକ ଶ୍ରୀମତୀ ମାହାତୋ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପାଣି ପରିଷଦର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଛାତ୍ରୀ ମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମତ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟର ୯ ବର୍ଷରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ୧୩୦ ଜଣ ଛାତ୍ରୀଙ୍କର ପରୀକ୍ଷା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ରଜେନ୍ଦ୍ର ଦାଶ,ଡା ଗୈ।ରୀ ଶଙ୍କର ପାତ୍ର,ଡା ରାମଚନ୍ଦ୍ର ମେହେର,ରବି ଦାସ, ମଧୁସୂଦନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ଅଞ୍ଜୁ କକ୍କଡ, ସ୍ନେହଲତା ପାତ୍ର, ସସ୍ମିତା ନାୟକ,ଡ଼ା ରବିନାରାୟଣ ବେହେରା,ଡ ବିନୋଦ କୁମାର ସାହୁ,ମଞ୍ଜୁଲ ନାୟାର ଓ ବିଦ୍ୟାଳୟ ତରଫରୁ ବରିଷ୍ଠ ଶିକ୍ଷକ ସର୍ବଶ୍ରୀ ମଦନମୋହନ ଆରୁଖ, ସୁପ୍ରଭା ସାମଲ, ସବିତା ପୂଜାରୀ, ସରୋଜ ଲେଙ୍କା, କଳ୍ପନା ପାଇକରାୟ, ସାବିତ୍ରୀ ବଡାଇକ, ମୀନତି ମହାନ୍ତି,ଅନୁସୂୟା ଦାସ, ପୃଥିବୀ ରାଉତ, ସତ୍ୟଭାମା ବେହେରା, ପୂର୍ଣ୍ଣଚନ୍ଦ୍ର ମାହାତୋ, ମୀନତି କିଶାନ, ଯଶୋଦା ବାଇକ, ମଞ୍ଜୁ ବଇଠା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault