ହେଡଲାଇନସ୍:

ନିଶାମାଫିଆ କୁ କାବୁ କଲା ଅବକାରୀ ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ତା -୨୬. ୦୨. ୨୦୨୬ ସୁମନ୍ତ କୁମାର ଦାସ : ୨୬ ତାରିଖ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ଚଢାଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା।
ଜଗତସିଂହପୁର ଥାନା ଅନ୍ତର୍ଗତ ଲାଲାସାହି ଗ୍ରାମର ଉମେଶ ସିଂ ଙ୍କ ପୁଅ ମଦନ ମୋହନ ସିଂ (୩୪) ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚଳାଉ ଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକ ଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତ ଙ୍କୁ ପିଛା କରୁଥିବା ବେଳେ ଅଭିଯୁକ୍ତ ଜଣକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସର ମଧ୍ୟ ରେ ଆତ୍ମଗୋପନ ଉଦ୍ଦେଶ୍ଯ ରେ ପସିଯାଇଥିଲେ। ସେଠାରୁ ଅଭିଯୁକ୍ତ ଜଣଙ୍କୁ କାବୁ କରିନେଇଥିଲେ ପିଛା କରୁଥିବା ଟିମ୍। ଯାଞ୍ଚ ପରେ ତାଙ୍କ ନିକଟରୁ ୨୩ ଗ୍ରାମର ବେଆଇନ ହେରୋଇନ ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ଯ ୨,୩୦,୦୦୦ ଟଙ୍କା ହେବ।
ଆଜିର ଏହି ଚଢାଉ ରେ ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ର ଏ ଏସ୍ ଆଇ ସନ୍ତୋଷ ନାୟକ, ଏ ଏସ୍ ଆଇ ପିନାକୀ ରଞ୍ଜନ ରାଉତରାୟ, କନଷ୍ଟେବଳ ସବିତା ନାୟକ, ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ ପ୍ରମୁଖ ସାମିଲ ଥିଲେ।
ଗିରଫ ଅଭିଯୁକ୍ତ ଙ୍କୁ ଅଦାଲତ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ଯସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।

0
0
0
s2sdefault