କେନ୍ଦ୍ରାପଡ଼ା:୨୫.୦୨ (ପ୍ରଫୁଲ୍ଲ କୁମାର ମଲ୍ଲ) ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ତଥା ୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ | ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ଯୋଗଦେଇଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାଇଁ ଭାରତ ଯୁବ ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ,ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରିଣୀ ଡ଼. ପଦ୍ମଜା କବି ଶଥପଥୀ ପ୍ରମୁଖ ଯୋଗଦେଇଥିଲେ |ଅଧ୍ୟାପକ ତଥା ପ୍ରାକ୍ତନ ଏନଏସଏସ ପିଓ ଶିଶିରକାନ୍ତ ମହାପାତ୍ର ମଂଚ ପରିଚାଳନା କରିଥିଲେ | ଜିଲ୍ଲାସ୍ତରୀୟ ୟୁଥ ପାର୍ଲିମେଣ୍ଟ ରେ ୧୫ ଟି ମହାବିଦ୍ୟାଳୟରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ତଥା ଯୁବ ଗୋଷ୍ଠୀ ଯୋଗଦେଇ ନିଜର ନିଜର ଦୃଢ଼ ବକ୍ତବ୍ୟ ପ୍ରଦାନ କରିଥିଲେ | ବିଚାରକ ମଣ୍ଡଳୀ ଭାବେ ବିଶ୍ୱଜିତ ସାହୁ, ଡ଼.ମନୋରଞ୍ଜନ ରାଉତ,ସେକ ହବିବ,ଡ଼. ତନ୍ମୟ ପ୍ରଧାନ ଉପସ୍ଥିତ ଥିଲେ | ଆଜିର ଉଦଯାପନି ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକ୍ରିଷ୍ଣ ଜେନା କୃତୀ ଅଂଶୁଜା ପାଣି,ଅଭିଜିତ ସାମଲ,ଅଭିଷେକ ପଣ୍ଡା,ରୋହନ ମହାନ୍ତି ଓ ତୁଳସୀ ମଲିକଙ୍କୁ ପୁରସ୍କୃତ କରିଥିଲେ | ଏମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି | ଅଧ୍ୟାପକ ଏନଏସଏସ ପିଓ ମୃତ୍ୟୁଞ୍ଜୟ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୁକ୍ମଣି ସାହୁ ସ୍ମିତା ମହାନ୍ତି,ଲକ୍ଷ୍ମୀକାନ୍ତ ଜେନା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ |
ରାଜ୍ୟ
ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟଠାରେ ବିକଶିତ ଭାରତ ଯୁବ ସଂସଦ ଅନୁଷ୍ଠିତ ।
- Hits: 8








