କେନ୍ଦ୍ରାପଡ଼ା:୨୫.୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି | ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି | ନିଯୁକ୍ତି ମେଳାରେ ମାନ୍ୟବର ବିଧାୟକ ମହାକାଳପଡ଼ା ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ମେଳାକୁ ଉଦଘାଟନ କରିଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ,ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଜିଲ୍ଲାପାଳ ରଘୁରାମ ଆର ଆୟର, ପ୍ରମୁଖ ଯୋଗଦେଇଥିଲେ |ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରିଣୀ ଇନ୍ଦିରା ମଲ୍ଲୀକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ନିଯୁକ୍ତିମେଳାର ଆଭିମୁଖ୍ୟ କହିଥିଲେ | ଏହି ନିଯୁକ୍ତି ମେଳାରେ ୫୩ ଟି ଘରୋଇ ସଂସ୍ଥା, ପ୍ରକଳ୍ପ କାର୍ଯ୍ୟାନ୍ଵୟନ ସଂସ୍ଥା ଯୋଗ ଦେଇଥିଲେ | କେତେକ ସଂସ୍ଥା ସିଧାସଳଖ ନିଯୁକ୍ତିର ସୁବିଧା ଥୁବାବେଳେ କେତେକ ସଂସ୍ଥା ନିଯୁକ୍ତିଭିତ୍ତିକ ତାଲିମ ପରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା | କେନ୍ଦ୍ରାପଡ଼ା ଜିଲ୍ଲାର ଚାକିରୀ ଏନ୍ବେଷଣରେ ଥିବା ୫ମ +୩ ପାସ କରିଥିବା ଯୋଗ୍ୟତାଧାରୀ ୧୮ ରୁ ୩୫ ବର୍ଷ ବୟସ ସୀମା ଅନ୍ତର୍ଭୁକ୍ତ ୧୧୬୮ ଜଣ ନିଯୁକ୍ତି ଆଶାୟୀ ମେଳାରେ ଯୋଗଦେଇଥିଲେ | ଦକ୍ଷତାବିକାଶ କାର୍ଯ୍ୟାଳୟର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ |
ରାଜ୍ୟ
କେନ୍ଦ୍ରାପଡ଼ାଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ।
- Hits: 9








