ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଣିଆ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ସହଯୋଗରେ ବାଲ୍ୟ-ବିବାହ ମୁକ୍ତି ଭାରତ ଗଠନ ସଚେତନତା ପାଇଁ ୧୦୦ ଦିନିଆ “ଅଭିଯାନ ରଥ”ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଲୋକଙ୍କ ମଧ୍ୟରେ ବାଲ୍ୟ ବିବାହ ମୁକ୍ତି ଉପରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଉପରେ ଅଧିକ ସଚେତନତା ସୃଷ୍ଟି କରିବା ସହ ବାଲ୍ୟବିବାହ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ୫୦ ରୁ ଉର୍ଦ୍ଧ୍ବ ଧାର୍ମିକ ଅନୁଷ୍ଠାନ ସମେତ ପ୍ରତ୍ୟେକ ବ୍ଲକ୍ , ପଞ୍ଚାୟତ ଓ ବିଭିନ୍ନ ଗ୍ରାମ ଗୁଡିକରେ ସଚେତନତା ପ୍ରଚାର ପତ୍ର ବଣ୍ଟନ କରାଯିବା ସହ ବ୍ୟାନର ଓ ପୋଷ୍ଟର ମଧ୍ୟ ଲଗାଯାଇଛି।
ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏବଂ ଗଣିଆ ଉନ୍ନୟନ କମିଟି ର ସଭାପତି ଶ୍ରୀମତୀ ଉଷା ପଟ୍ଟନାୟକ ବାଲ୍ୟ ବିବାହ ମୁକ୍ତି ଉପରେ ଶୁଭାରମ୍ଭ ହୋଇଥିବା ସଚେତନତା ଅଭିଯାନ ରଥ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ , ଗଜପତି ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ୧୦୦ ଦିନିଆ ବାଲ୍ୟ ବିବାହ ମୁକ୍ତି ସଚେତନତା ଅଭିଯାନ ଚାଲିଛି । ଏହି ଅବସରରେ ଆଜି (ବୁଧବାର ) ଗଣିଆ ଉନ୍ନୟନ କମିଟି ପକ୍ଷରୁ ଯେଉଁ ଅଭିଯାନ କାର୍ଯ୍ୟକ୍ରମ ସଚେତନତା ପ୍ରଚାର ରଥର ଶୁଭାରମ୍ଭ ହେଲା ଏହା ଜିଲ୍ଲାର ଆଦିବାସୀ ବହୁଳ ତଥା ବାଲ୍ୟ ବିବାହ ପ୍ରବଣ ବ୍ଲକ ଅଞ୍ଚଳରେ ଏହି ପ୍ରଚାର ରଥ ବିଭିନ୍ନ ଗ୍ରାମକୁ ଯାଇ ବାଲ୍ୟବିବାହ ବିରୋଧୀ ବିଭିନ୍ନ ସ୍ଲୋଗାନ ଯେଉଁ ରହିଛି , ତା ଉପରେ ସଚେତନ କରିବ , ଯାହାକି , ଛୁଆକୁ ପାଠ ପଢ଼ାଇବା , ବାଲ୍ୟ ବିବାହ କୁ ବନ୍ଦ କରିବା ଏବଂ ବାଲ୍ୟ ବିବାହ କଲେ ତାର ଭବିଷ୍ୟତ କୁ ପ୍ରଭାବ ଏବଂ ଏହା ବିରୋଧରେ ରହିଥିବା ବିଭିନ୍ନ ନୀତି ନିୟମ ଆଇନ ଉପରେ ସଚେତନ କରିବ। ମୁଖ୍ୟତଃ ଭାବେ ବାଲ୍ୟ ବିବାହ ଏକ ବ୍ୟାଧି ଏବଂ ଏହା ସମାଜର ଏକ କଳଙ୍କ , ବାଲ୍ୟ ବିବାହ ଦ୍ଵାରା ଛୁଆ ମାନଙ୍କ ଭବିଷ୍ୟତ ନଷ୍ଟ ହୋଇ ଯାଇଥାଏ।
୧୮ ବର୍ଷରୁ କମ ବୟସରେ ବିବାହ କଲେ କୌଣସି ପ୍ରକାରର ପରିପକ୍ୱତା ଆସି ନ ଥାଏ । ଏଥିରେ ମା ଓ ଶିଶୁ ଉଭୟେ କୁ-ପୁଷ୍ଟିରେ ପଡ଼ିବା ସହ ସେମାନଙ୍କର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ଅନ୍ଧକାର ହୋଇ ଯାଇଥାଏ । ତେଣୁ ଛୁଆ ମାନଙ୍କୁ କିଭଳି ସ୍କୁଲ ମୁହାଁ କରି ପାଠ ପଢିବାକୁ ଛାଡ଼ିବା , ସେମାନଙ୍କ ଭବିଷ୍ୟତ କିଭଳି ସୁଗଠନ ହୋଇପାରିବ , ସେମାନେ ପ୍ରାପ୍ତ ବୟସ ପାଇବା ପରେ ସ୍ଵାଧୀନ ହୋଇ କିଭଳି ଖୁସିରେ ବିବାହ କରନ୍ତୁ , ଏ ମନୋଭାବ ଓ ଚିନ୍ତାଧାରା ରଖିବାକୁ ହେବ , କିନ୍ତୁ ଏହା ନ କରି ତାଙ୍କୁ ଯେଉଁଭଳି ବାଲ୍ୟ ବିବାହ କରି ଦେଉଛନ୍ତି ଏବଂ ଏ ଦିଗରେ ସଂପୃକ୍ତ ମାଆ ବାପା ଆମର ଦାୟିତ୍ବ ସାରିଲା ବୋଲି ଯେଉଁ ଭାବୁଛନ୍ତି , ତାକୁ ବନ୍ଦ କରିବା ପାଇଁ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲିଛି ଏବଂ ଏଭଳି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସହାୟତା ଦେଇ ଏନ୍ ଜି ଓ ମାନଙ୍କ ତରଫରୁ ଆଜି ଯେଉଁ କାର୍ଯ୍ୟକ୍ରମ କରାଯାଇଛି , ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ଆମେ ଏହାକୁ ସ୍ଵାଗତ କରୁଛୁ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମାନ୍ ରାଇକା ଙ୍କ ସମେତ , ଗଣିଆ ଉନ୍ନୟନ କମିଟି , ଜିଲ୍ଲା ସମାଜ ମଙ୍ଗଳ ବିଭାଗ , "ସଖୀ" ୱାନ ଷ୍ଟପ ସେଣ୍ଟର , ଜିଲ୍ଲା ଶିଶୁ ମଙ୍ଗଳ ସମିତି , ଡିସିପିୟୁ କାର୍ଯ୍ୟାଳୟ ପ୍ରଭୃତି ଅନୁଷ୍ଠାନ ଓ ସଂଗଠନ ଅଧିକାରୀ , କର୍ମଚାରୀ ଓ କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ (ଜି.ୟୁ.ସି) ଗନିଆ ଉନ୍ନୟନ କମିଟିର ସଭାପତି ଶ୍ରୀମତୀ ଉଷା ପଟ୍ଟନାୟକ ଏବଂ ସଂଯୋଜିକା ଶ୍ରୀମତୀ ନିର୍ମଳା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସଂଯୋଗ କରିଥିଲେ।
ରାଜ୍ୟ
ବାଲ୍ୟ ବିବାହ ମୁକ୍ତି ଭାରତ ଗଠନ ସଚେତନତା ପାଇଁ ୧୦୦ ଦିନିଆ ଅଭିଯାନ “ରଥ” ର ଶୁଭାରମ୍ଭ
- Hits: 13








