ହେଡଲାଇନସ୍:

"ପ୍ରଭାବଶାଳୀଙ୍କୁ ଛାଡ, ଗରିବଙ୍କ ଉପରେ ମାଡ" ନୀତିରେ ମୁହଁ ଦେଖି ଉଛେଦ ହେବନି ତ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋର୍ଟଙ୍କ ଆଦେଶକୁ ୧୦ ବର୍ଷ ପରେ ଜିଲ୍ଲାପାଳଙ୍କ ଆଦେଶ

ରାଜଗାଙ୍ଗପୁର, ୨୨-୦୨-୨୬. ରାଜଗାଙ୍ଗପୁର ସହର ରାସ୍ତାର ଉଭୟ ପାର୍ଶ୍ଵରେ ଜବରଦଖଲ କରି ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନ ଓ ସ୍ଥାୟୀ ପ୍ରତିଷ୍ଠାନ ଯୋଗୁଁ ଟ୍ରାଫିକ ସମସ୍ୟା ଉଦ୍‌ବେଗଜନକ ରହିଛି। ତେଣୁ ବେଆଇନ ଦୋକାନ ହଟାଇ ରାସ୍ତାକୁ ଜବରଦଖଲମୁକ୍ତ କରିବା ପାଇଁ ସହରର କିଛି ସଚେତନ ନାଗରିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୫ରେ ଜବରଦଖଲ ଉଚ୍ଛେଦ କରିବାକୁ ଓଡ଼ିଶା ହାଇକୋର୍ଟ ଏକ ଆଦେଶନାମା ଜାରି କରିଥିଲେ। ଏହା ମଧ୍ୟରେ ୧୦ ବର୍ଷ ବିତିଗଲାଣି କିନ୍ତୁ ଜିଲ୍ଲା ପ୍ରଶାସନ କି ପୌର ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ରାଜଗାଙ୍ଗପୁର ଜନସାଧାରଣ ହାଇକୋର୍ଟଙ୍କ ଆଦେଶନାମା ସହ ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ତୁରନ୍ତ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ରାଜଗାଙ୍ଗପୁର ପୌର ପ୍ରଶାସନ ଡାକବାଜି ଯନ୍ତ୍ର ଯୋଗେ ସହରର ରାଣୀବନ୍ଧଠାରୁ ସୁଭାଷ ଛକ ଓ ସେଠାରୁ ବସ୍‌ଷ୍ଟାଣ୍ଡ ଓ ଲିପଲୋଇ ପର୍ଯ୍ୟନ୍ତ ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନ ଓ ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ଭଙ୍ଗାଯିବ ବୋଲି ଘୋଷଣା କରିଥିଲେ | ତେବେ ସହର ମଧ୍ୟରେ ବେଆଇନ ଭାବେ ଗଢ଼ି ଉଠିଥିବା ବିଭିନ୍ନ ପ୍ରତିଷ୍ଠାନ, ପ୍ରଭାବଶାଳୀ ଓ ଶିଳ୍ପପତିଙ୍କ ପାଚେରି ଥିବା ବେଳେ ସେସବୁ ହଟାଯିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି! କାରଣ ଅତୀତରେ ଜବରଦଖଲ ହଟାଇଲା ବେଳେ ଏମିତି ଛୋଟ ଦୋକାନକୁ ଭାଙ୍ଗି ଦିଆଯାଇଥିଲା, କିନ୍ତୁ ପ୍ରଭାବଶାଳୀଙ୍କୁ ଛାଡ଼ି ଦିଆଯାଇଥିଲା। ତେଣୁ ଏଥର ଜିଲ୍ଲା ପ୍ରଶାସନ ବନ୍ଦୋବସ୍ତ ପଟ୍ଟାର ସଠିକ ତର୍ଜମା କରି ବେଆଇନ ନିର୍ମାଣ ଚିହ୍ନଟ କରି ଉଚ୍ଛେଦ କରିବେ ତ ବୋଲି ଲୋକେ ଚର୍ଚ୍ଚା କଲେଣି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ସହରର ଜବରଦଖଲ ଉଚ୍ଛେଦ ସଠିକ ଭାବେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି।

0
0
0
s2sdefault