ହେଡଲାଇନସ୍:

୫ ମିନିଟ୍‌ରେ ୨୮ କିଲୋମିଟର ଦୂରତା ଅତିକ୍ରମ, ପୁଣି ଟ୍ରାକ୍ଟର !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସର୍ଭର ତ୍ରୁଟି କି ଫଲସ ଏଣ୍ଟ୍ରି?

  • ବରଗଡ଼ ଧାନ କ୍ରୟ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନ

FILE PHOTO

ବିଜେପୁର :-ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ବଡ଼ବାଉସେନ ପେକ୍ସ ଅଧିନରେ ଖରମୁଣ୍ଡା ପିପିସି ଧାନ କ୍ରୟ ପ୍ରକ୍ରିୟାକୁ ନେଇ ଏକ ଅସାଧାରଣ ତଥ୍ୟ ସାମ୍ନାକୁ ଆସିଛି। ରେକର୍ଡ ଅନୁଯାୟୀ, ଗୋଟିଏ ଟ୍ରାକ୍ଟର ୫ ମିନିଟ୍‌ରେ ୨୮ କିଲୋମିଟର ଦୂରତା ଅତିକ୍ରମ କରିଥିବା ଦର୍ଶାଯାଇଛି। ଏହି ଘଟଣା ପରେ ଧାନ କ୍ରୟ ପ୍ରଣାଳୀର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି।ଆଖିରେ ପଡିଲା ବୋଲି ସିନା ଏଇ ଗୋଟିଏ ଜଣାପଡିଲା, ଆଉ ଏମିତି କେତେ ହେଇଥିବ ତାହା କିଏ କହିବ ! ସୂଚନା ଅନୁସାରେ, ଏକ ଗାଡ଼ି ନମ୍ବରରେ ଦୁଇଟି ଟ୍ରାନଜିଟ ପାସ ଜାରି ହୋଇଥିବା ଓ ସମୟ ମାର୍ଜିନ୍‌ରେ ବ୍ୟାପକ ଅସମଞ୍ଜସତା ଦେଖାଯାଇଛି। ପେକ୍ସ ପକ୍ଷରୁ ଏହାକୁ “ସର୍ଭର ତ୍ରୁଟି” ବୋଲି କୁହାଯାଇଥିଲେ ମଧ୍ୟ, କୃଷକ ମହଲ ଏହାକୁ ସରଳ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଚାଷୀନେତା ରମେଶ ମହାପାତ୍ର ଦାବି କରିଛନ୍ତି ଯେ, “ଯଦି ୫ ମିନିଟ୍‌ରେ ୨୮ କିମି ଦର୍ଶାଯାଉଛି, ତେବେ ଅନ୍ୟ ମଣ୍ଡି ମାନଙ୍କ ଏଣ୍ଟ୍ରିଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉ।” ସେମାନେ ସ୍ୱଚ୍ଛ ଓ ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି ଘଟଣାକୁ ନେଇ ଡ଼ିଆରସିଏସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଅଧିକାରୀମାନେ କହିଛନ୍ତି, ରିପୋର୍ଟ ଆସିବା ପରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ଏଠିପ୍ରଶ୍ନ ଉଠୁଛି ସର୍ଭର ତ୍ରୁଟିରେ ଏପରି ଦୂରତା ଓ ସମୟ ଭୁଲ୍ କିପରି ହୋଇପାରେ? ଏକ ଗାଡ଼ି ନମ୍ବରରେ ଦୁଇ ଟ୍ରାନଜିଟ ପାସ କାହିଁକି? ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ କି?ଯଦି ଅନିୟମିତତା ପ୍ରମାଣିତ ହୁଏ, କାହାଉପରେ କାର୍ଯ୍ୟାନୁଷ୍ଠାନ?
ବରଗଡ଼ ଜିଲ୍ଲା ଧାନ ଉତ୍ପାଦନ ଭାବେ ପରିଚିତ। ଏଠାରେ ଯଦି ଧାନ କ୍ରୟ ପ୍ରକ୍ରିୟା ଉପରେ ସନ୍ଦେହ ଉଠେ, ତେବେ ଏହା ହଜାର ହଜାର ଚାଷୀଙ୍କ ଆର୍ଥିକ ହିତ ସହ ସଂପୃକ୍ତ ହୁଏ। ତେଣୁ ତଦନ୍ତ କେବଳ ଔପଚାରିକତାରେ ସୀମିତ ନ ରହି, ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନିଆଯିବା ଆବଶ୍ୟକ।

0
0
0
s2sdefault