ହେଡଲାଇନସ୍:

ବିଜେପି ସରକାରଙ୍କ ବିରୁଦ୍ଧରେ ରାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୧.୦୨.୨୦୨୬/ସୁମନ୍ତ କୁମାର ଦାସ: ବିଜେପି ସରକାର ର ଚାଷୀ ମାରଣ ନୀତି ବିପର୍ଯ୍ୟୟ ଆଇନଶୃଙ୍ଖଳା ଓ ପ୍ରତିଶ୍ରୁତି ଖିଲାପୀ ବିରୁଦ୍ଧରେ ଆଜି ଜଗତସିଂହପୁର ର ସମସ୍ତ ବିଜୁ ଜନତା ଦଳ ର କର୍ମୀ ନେତା ଏକାଠି ହୋଇ ଜିଲାପାଳ ଙ୍କ ପଡିଆ ରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ. ଏହି ପରିପେକ୍ଷିରେ ଦଳ ର ଜିଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଙ୍କ ନେତୃତ୍ଵରେ ବାଲିକୁଦା ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ର ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପାରାଦୀପ୍ ର ସମ୍ବିତ୍ ରାଉତ ରାୟ ଙ୍କ ସହ ଶ୍ରମିକ ନେତା ବାପି ସର୍ଖଲେ, ରାଜ୍ଯ ଉପସଭାପତି ପ୍ରତାପ ଜେନା, ଜିଲା ମହିଳା ସଭାନେତ୍ରୀ ଲୋରା ମହାପାତ୍ର, ଏରସମା ବ୍ଲକ ସଭାପତି ତଥା ଜିଲ୍ଲାପରିଷଦ ପୀତବାସ ଗଚ୍ଛାୟତ ଙ୍କ ସମେତ ଆଠ ବ୍ଲକ ସହ ଦୁଇ ମୁନିସିପାଲିଟି ର ବିଜୁ ଜନତା ଦଳ ର କର୍ମୀ ମାନେ ଏକାଠି ହୋଇଥିଲେ ଏବଂ ବର୍ତ୍ତମାନ ସରକାର ଙ୍କ କାର୍ଯ୍ୟ ଏବଂ କଥା ଦେଇ କଥା ନ ରଖିବା କଥାକୁ ବିରୋଧ କରିଥିଲେ l ଶେଷ ରେ ଚାଷିଙ୍କ ସମସ୍ୟା ଦୂର କରାଇବା ପାଇଁ ଜିଲାପାଳଙ୍କୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ଯ ରେ ଉପଜିଲାପାଳ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ l

0
0
0
s2sdefault