ଓଡ଼ଗାଁ,୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ଗାଁ ଅଦାଲତ ଆନୁକୂଲ୍ୟରେ ଗ୍ରାମ୍ୟ ନ୍ୟାୟାଳୟ ଭ୍ରାମ୍ୟମାଣ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ନ୍ୟାୟାଧିକାରୀ ସୈ।ମ୍ୟାଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ଶନିବାର ୨୨ ଗୋଟି ମାମଲାର ସାଖି ଗ୍ରହଣ କରାଯାଇ ୨ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ସରକାରୀ ଆଇନଜୀବୀ କିଶୋର ଚନ୍ଦ୍ର ସାହୁ ମାମଲା ଗୁଡ଼ିକୁ ପରିଚାଳନା କରିଥିବା ବେଳେ ଆଇନିଯିବୀ ପ୍ରମୋଦ କୁମାର ବିଶ୍ୱାଳ, ନାରାୟଣ ନାୟକ, ବସନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋଡିପଡା ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଓ ସମିତି ସଭ୍ୟା ସସ୍ମିତା ମହାନ୍ତି ପୁଷ୍ପଗୁଚ୍ଛ ପ୍ରଦାନ କରି ଗ୍ରାମ ନ୍ୟାୟାଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ରାଜ୍ୟ
ଗୋଡି ପଡ଼ାରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ, ୨୨ ମାମଲାର ସାକ୍ଷ୍ୟ ଗ୍ରହଣ କଲେ ନ୍ୟାୟଧିକାରୀ
- Hits: 9








