ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ମାତୃଭାଷା ଦିବସ ଏକ ବର୍ଣ୍ଣାଢ୍ଯ ପରିବେଶରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ସମସ୍ତ ଶିଶୁ ଭାଇ-ଭଉଣୀ , ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା ସମିତି ସଦସ୍ୟ ତଥା ଉପଦେଷ୍ଟା ସମସ୍ତେ ମାତୃଭାଷା ର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।ଏହି ଅବସରରେ ମାତୃଭାଷା ସଂପର୍କିତ ଗୀତ ଗାନ,କବିତା ଲିଖନ, ଗଳ୍ପ କଥନ ଓ ଲିଖନ ଚିତ୍ରାଙ୍କନ ଆଜି ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ଶିଶୁ ଅଂଶ ଗ୍ରହଣ କରିଥିଲେ । ପରିଚାଳନା ସମିତି ସଦସ୍ୟ ଓ ଅତିଥି ମାନଙ୍କ ଦ୍ଵାରା କୃତୀ ଶିଶୁମାନଙ୍କୁ ସାହିତ୍ୟ ପୁସ୍ତକ ଦେଇ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ବିଜୟ କୁମାର ସ୍ୱାଇଁ ଏବଂ ପ୍ରଧାନାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ମାତୃଭାଷାର ଉପାଦେୟତା ବିଷୟରେ ଉଦବୋଧନ ଦେଇଥିଲେ। ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ସେବାବ୍ରତୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶୁଭେଚ୍ଛା ଓ ଅଭିଭବକ ମହଲରେ ଏହା ବେଶ୍ ଜନାଦୃତ ହୋଇପାରିଛି ।
ରାଜ୍ୟ
ଜାତୀୟ ମାତୃଭୁଷା ଦିବସ ପାଳିତ
- Hits: 9








