ନଳକୂଅ ଅଚଳ, ଚୁଆ ପାଣି ଭରସା: ସରପଞ୍ଚଙ୍କ ସାହିରେ ଜଳ ସମସ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି,ତା.୨୧/୨: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଗାଁ ଗାଁରେ ଉତ୍କଟ ପାଣି ସମସ୍ୟା । ଖରା ଦିନ ଆସିଲେ ପାଣି ବୁନ୍ଦାଏ ପାଇଁ ମହିଳାଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଝରଣା କିମ୍ବା ଚୁଆରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ରୋଗରେ ପୀଡିତ ହେଉଛନ୍ତି ଲୋକୋ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଘୁଷୁମପଦର ସରପଞ୍ଚ ସାହିରେ ବି ଜଳ ସମସ୍ୟା ଉତ୍କଟ ହୋଇଛି। ସରପଞ୍ଚ ସାହିରେ ଖୋଦ ସରପଞ୍ଚ ଥାଇ ବି ପାଣି ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଏହି ଗାଁରେ ୫୦ରୁ ଊର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଚୁଆ ପାଣି ହିଁ ଭରସା। ବହୁ ବର୍ଷ ପୂର୍ବରୁ ଗାଁରେ ଗୋଟିଏ ନଳକୂଅ ଖୋଲାଯାଇଥିଲା। କିନ୍ତୁ ତାହା ଅଚଳ ହୋଇ ପଡ଼ି ରହିଛି। ଫଳରେ ନିକଟସ୍ଥ ଚୁଆରୁ ପାଇପ୍ ଯୋଗେ ପାଣି ଆଣି ବ୍ୟବହାର କରିଥାନ୍ତି ଗାଁ ଲୋକେ ଦୂଷିତ ଜଳକୁ ରୋଷେଇ ଠାରୁ ଆରମ୍ଭକରି ଗାଧୋଇବା, ଲୁଗା ସଫା କରିବା ପାଇଁ ବ୍ୟବହାର କରିଥାନ୍ତି। ତେଣୁ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ଗାଁ ବାସିନ୍ଦା କହନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି ସତ୍ତ୍ବେ ଫଳପ୍ରଦ ହୋଇନାହିଁ। ତେବେ ପାଣି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

0
0
0
s2sdefault