-
• '୨୦୨୬ ସଷ୍ଟେନେବିଲିଟି ଇୟରବୁକ୍'ରେ ବିଶ୍ୱବ୍ୟାପୀ ୧୨୯ଟି ଇସ୍ପାତ କମ୍ପାନୀ ମଧ୍ୟରୁ ମନୋନୀତ ୧୧ଟି କମ୍ପାନୀ ମଧ୍ୟରେ ଜିନ୍ଦଲ ଷ୍ଟିଲ୍ ସ୍ଥାନିତ ।
-
• କମ୍ପାନୀର ସିଏସ୍ଏ ସ୍କୋର ୩୦ ରୁ ୭୨ (+୪୨ ପଏଣ୍ଟ) କୁ ବୃଦ୍ଧି; ଇଏସଜି ସ୍କୋର ମଧ୍ୟ ୩୭ ରୁ ୭୪ କୁ ଉନ୍ନତ ହୋଇଛି।
-
• ‘ଟ୍ରାନ୍ସପାରେନ୍ସି ଏବଂ ରିପୋର୍ଟିଙ୍ଗ୍’ରେ ୧୦୦/୧୦୦ ସ୍କୋର ସହିତ ଡିସ୍କ୍ଲୋଜର୍ ରେ ୯୬% ରେଟିଂ ହାସଲ ।
ନୂଆଦିଲ୍ଲୀ, ୨୦/୨: କର୍ପୋରେଟ ସଷ୍ଟେନବିଲିଟି ମୂଲ୍ୟାଙ୍କନ (ସିଏସଏ)ରେ ଜିନ୍ଦଲ ଷ୍ଟିଲର ଉଲ୍ଲେଖନୀୟ ଉତ୍ଥାନ ହୋଇଛି। ୨୦୨୫ ବର୍ଷରେ ଉତ୍ତମ ପ୍ରଦର୍ଶନ ପାଇଁ ସିଏସଏ ସ୍କୋର ୪୨ ପଏଣ୍ଟ ବୃଦ୍ଧି ପାଇ ୭୨ରେ ପହଞ୍ଚିଛି ଏବଂ କମ୍ପାନୀକୁ 2026 ସଷ୍ଟେନେବିଲିଟି ଇୟରବୁକରେ ଏକ ଇୟରବୁକ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି ।
ବିଶ୍ୱର ୯୨୦୦ ରୁ ଅଧିକ କମ୍ପାନୀର ମୂଲ୍ୟାଙ୍କନ କରାଯାଇ, ୫୯ଟି ଶିଳ୍ପର ୮୪୮ ଟି କମ୍ପାନୀକୁ ଚୟନ କରାଯାଇଛି । ଇସ୍ପାତରେ, ୧୨୯ଟି ମୂଲ୍ୟାଙ୍କିତ କମ୍ପାନୀ ମଧ୍ୟରୁ ୧୧ଟି କମ୍ପାନୀକୁ ଅନ୍ତର୍ଭୁକ୍ତ କରାଯାଇଛି । ମୂଲ୍ୟାଙ୍କନରେ ଉଲ୍ଲେଖନୀୟ ଉତ୍ଥାନ ଜିନ୍ଦଲ ଷ୍ଟିଲର ଶକ୍ତିଶାଳୀ ପ୍ରଶାସନ ବ୍ୟବସ୍ଥା, ସୁସଂଗଠିତ ଓ ପାରଦର୍ଶୀ ସୂଚନା ପ୍ରକାଶନ ପ୍ରଣାଳୀ, ଉନ୍ନତ ସାମାଜିକ ପ୍ରଦର୍ଶନ ଏବଂ ସୁଦୃଢ଼ ଜଳବାୟୁ ନିରୀକ୍ଷଣ ବ୍ୟବସ୍ଥାକୁ ପ୍ରତିଫଳିତ କରେ ।
ଜିନ୍ଦଲ ଷ୍ଟିଲ୍ ଏହାର ସାର୍ବଜନୀନ ସୂଚନା ଅଂଶୀଦାର ହାରକୁ ୯୬ ପ୍ରତିଶତ ବୃଦ୍ଧି କରିଛି। କମ୍ପାନୀ ‘ଟ୍ରାନ୍ସପାରେନ୍ସି ଏବଂ ରିପୋର୍ଟିଂ’ ରେ ଶତ ପ୍ରତିଶତ ନମ୍ବର ହାସଲ କରିଛି, ଯେତେବେଳେ କି ଶିଳ୍ପର ହାରାହାରି ମାତ୍ର ୪୬ ।
୨୦୨୫ ଆର୍ଥିକ ବର୍ଷରେ ଦ୍ୱିମୁଖୀ ଆକଳନ କରିବା ସହ ଜୈବ ବିବିଧତା ସମ୍ପର୍କିତ ଆଶଙ୍କାର ସମୀକ୍ଷା, ପରିବେଶ ସମ୍ପର୍କିତ ଆଶଙ୍କା ସହ ବ୍ୟବସାୟିକ ଆଶଙ୍କା ପରିଚାଳନାକୁ କମ୍ପାନି ପକ୍ଷରୁ ସମ୍ମନ୍ୱିତ ଭାବେ ଆକଳନ କରାଯାଇଛି ।
ଆର୍ଥିକ ବର୍ଷ ୨୦୨୫ ରେ, କମ୍ପାନୀ ଜୈବ ବିବିଧତା ଏବଂ ଜଳବାୟୁ ରିସ୍କ ମ୍ୟାନେଜମେଣ୍ଟକୁ ଏହାର ବ୍ୟବସାୟ ମଡେଲରେ ସମ୍ମିଳିତ କରିଛି । ଇସ୍ପାତ ଭଳି ଏକ କଠିନ କ୍ଷେତ୍ରରେ ଥିବା ସତ୍ତ୍ୱେ, କମ୍ପାନୀ 'ପରିବେଶ ନୀତି'ରେ ୯୯/୧୦୦ ଏବଂ 'କ୍ଲାଇମେଟ୍ ଗଭର୍ନାନ୍ସ'ରେ ୧୦୦/୧୦୦ ସ୍କୋର କରିଛି । ଜିନ୍ଦଲ ଷ୍ଟିଲ୍ ୨୦୪୭ ସୁଦ୍ଧା 'ନେଟ୍-ଶୂନ୍ୟ' (ଶୂନ୍ୟ କାର୍ବନ ନିର୍ଗମନ) ହାସଲ କରିବା ଏବଂ ୨୦୩୦ ସୁଦ୍ଧା ୩୦% କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ପ୍ରତିବଦ୍ଧ ।
ଜିନ୍ଦଲ ଷ୍ଟିଲ ଲିମିଟେଡର ପ୍ରେସିଡେଣ୍ଟ ଏବଂ ହେଡ୍ – ସସ୍ଟେନେବିଲିଟି ଏବଂ ଡିକାର୍ବୋନାଇଜେସନ୍ ଶ୍ରୀ ନବୀନ ଅହ୍ଲାଓ୍ୱତ କହିଛନ୍ତି, ““ଏହି ସ୍ୱୀକୃତି ଆମ ଟିମ୍ର କଠିନ ପରିଶ୍ରମର ଫଳ। ଆମେ ଆମର ରିପୋର୍ଟିଙ୍ଗ୍ର ଗୁଣବତ୍ତା ଉନ୍ନତ କରିବା ସହିତ ସସ୍ଟେନେବିଲିଟିକୁ ବ୍ୟବସାୟର ମୂଳ ଅଂଶ କରିବାରେ ଗୁରୁତ୍ୱ ଦେଉଛୁ । ଆମେ ପାରଦର୍ଶୀ ଉପାୟରେ କମ୍ କାର୍ବନ ଉତ୍ସର୍ଜନ ଥିବା ଏବଂ ସୁରକ୍ଷିତ ଇସ୍ପାତ ବ୍ୟବସାୟ ଜାରି ରଖିବୁ ।”
ଜିନ୍ଦଲ ଷ୍ଟିଲ ଭାରତ ପ୍ରମୁଖ ସମ୍ମନ୍ୱିତ ଇସ୍ପାତ ନିର୍ମାତାଙ୍କ ମଧ୍ୟରୁ ଗୋଟିଏ ଯାହା ନିଜର ଆୟତନ, ସାମର୍ଥ୍ୟ, ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ପାଇଁ ସୁପରିଚିତ। “ଖଣିରୁ ଧାତୁ” ମଡେଲରେ କାର୍ଯ୍ୟ କରୁଥିବା ଜିନ୍ଦଲ ଷ୍ଟିଲ ନିଜସ୍ୱ ଖଣି ସମ୍ବଳ, ଉନ୍ନତ ବିନିର୍ମାଣ କ୍ଷମତା ଓ ବୈଶ୍ୱିକ ବିତରଣ କ୍ଷମତାର ବ୍ୟବହାର କରି ଉଚ୍ଚମାନର ଇସ୍ପାତ ନିର୍ମାଣକୁ ସୁନିଶ୍ଚିତ କରିଥାଏ।
୧୨ ବିଲିୟନ ଆମେରିକୀୟ ଡଲାରର ନିବେଶ ସହ ଅନୁଗୁଳ, ରାୟଗଡ଼ ଓ ପତ୍ରାତୁରେ ଅତ୍ୟାଧୁନିକ ଜ୍ଞାନକୌଶଳସମ୍ପନ୍ନ ପ୍ଲାଣ୍ଟରେ ଉତ୍ପାଦନ ହେଉଛି। ଏହା ସହିତ ସମଗ୍ର ଭାରତ ତଥା ଦକ୍ଷିଣ ଆଫ୍ରିକାରେ ମଧ୍ୟ ବ୍ୟାବସାୟିକ ଭିତ୍ତିଭୂମି ରହିଛି। ଏହାର ବିବିଧ ଏବଂ ଭବିଷ୍ୟତ ଉପଯୋଗୀ ଉତ୍ପାଦ ଶୃଙ୍ଖଳା, ଭିତ୍ତିଭୂମି ନିର୍ମାଣ ଓ ବିନିର୍ମାଣ କ୍ଷେତ୍ରକୁ ପ୍ରାଥମିକ ଆଧାର ଯୋଗାଇବା ସହ ଏଗୁଡ଼ିକୁ ମଜଭୁତ କରିବା ସହ ସ୍ଥାୟିତ୍ୱକୁ ମଧ୍ୟ ସୁନିଶ୍ଚିତ କରୁଛି।








