ଭୁବନେଶ୍ୱର : ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାର୍ ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ଲ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ ନିଲମ୍ବନ କରାଯାଇଛି l
ରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏହି ପରିପ୍ରେକ୍ଷୀରେ ଚେତାବନୀ ଦେଇଛନ୍ତି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ l
ସୂଚନାଯୋଗ୍ୟ ଯେ, ରାଜସ୍ୱ ସଚିବ ଡଃ ଅରବିନ୍ଦ ପାଢ଼ୀ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ଏଇ ନିକଟରେ ବିଭାଗର ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ l
ରାଜ୍ୟ
ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ପଦ୍ମପୁର ତହସିଲଦାର
- Hits: 43








