ହେଡଲାଇନସ୍:

ଓଡିଶା ବଜାରରେ ନିମ୍ନମାନର ଦୁଗ୍ଧଜାତ ସାମଗ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୮/୦୨/୨୦୨୬ : ଓଡିଶା ବଜାରରୁ ସଂଗ୍ରହ ହୋଇଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ନମୂନାରୁ ୮ଟି ନିମ୍ନମାନର ଥିବା ଜଣାପଡିଛି । ମୋଟ ୮୮ଟି ନମୂନା ପରୀକ୍ଷାରୁ ଏହା ଜଣାପଡିଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ଓମ୍‍ଫେଡ୍‍ ବ୍ୟତିତ ମୁଖ୍ୟତଃ ୨୨ଟି କମ୍ପାନୀ ଦୁଗ୍ଧଜାତି ଦ୍ରବ୍ୟର ବ୍ୟବସାୟ କରୁଛନ୍ତି । ଏଥିରୁ ୧୦ଟି କମ୍ପାନୀ ରାଜ୍ୟ ଭିତରର ହୋଇଥିବାବେଳେ ବାହାର ରାଜ୍ୟର ୧୨ଟି କମ୍ପାନୀ ରହିଛନ୍ତି । ଏହିସବୁ କମ୍ପାନୀମାନଙ୍କର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରିବା ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଥିବା ଖାଦ୍ୟ ସୁରକ୍ଷା କମିଶନରେଟ ଦ୍ୱାରା ପରୀକ୍ଷା କରାଯାଇଥାଏ ।
ଉତ୍ତରରେ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୨୫ ବର୍ଷରେ ମୋଟ୍‍ ୮୮ଟି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ନମୂନା ସଂଗ୍ରହ ହୋଇ ପରୀକ୍ଷା କରାଯାଇଥିବାବେଳେ ଏଥିରୁ ୮ଟି ନମୂନା ନିମ୍ନମାନର ବୋଲି ଜଣାପଡିଛି ।

0
0
0
s2sdefault