ହେଡଲାଇନସ୍:

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କୋଟିନଡା ଥାନା ଅର୍ନ୍ତଗତ ଡିପଲ୍ ସ୍କୁଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। ଜଣେ କୋଦଳା ଥାନା ଅର୍ନ୍ତଗତ ଦିଗାପଡା ଶ୍ରୀନିବାସ ପୁର ଗ୍ରାମର ସାଗର ଦାସ ହୋଇଥିବା ବେଳେ ଅନ୍ୟ ଜଣେ ଆସ୍କା ପଢାଳ ଗ୍ରାମର ବାଦଲ ନାହାକ ବୋଲି ଜଣାପଡିଛି। ସାଗର ନିକଟସ୍ଥ ପାଟଳିଗୁଡା ଗ୍ରାମରୁ ଗାଁ କୁ ଫେରୁଥିବା ବେଳେ ବାଦଲ କଲେଜ ପଛପଟୁ ମୁଖ୍ୟ ରାସ୍ତା କୁ ଆସୁଥିବା ବେଳେ ଏହି ଭଳି ଘଟଣା ଘଟିଛି।କୋଟିନଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୁରୁତର ଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଉଭୟ ମୃତ୍ୟୁ ବରଣ କରିଛନ୍ତି। ପୋଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁଇଟି ମୋଟରସାଇକେଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault