ହେଡଲାଇନସ୍:

ମହାତ୍ମା ଗାନ୍ଧୀଙ୍କ ନାମକୁ ନଯୋଡ଼ିଲେ ଆଗାମୀ ଦିନରେ ପ୍ରତିବାଦ ତୀବ୍ର ହେବ : ପ୍ରକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର ତା. ୧୦.୧- ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ସମ୍ପର୍କରେ ସଚେତନ କରାଯାଇଛି । ଏହି କ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପିସିସି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ କହିଲେ ଯେ ୟୁପିଏ ସରକାର ସମୟରେ ବେକାରୀ ଲୋକଙ୍କୁ କାମ ଦେବା ଉଦ୍ଦେଶ୍ୟରେ ପ୍ରଣୟନ ହୋଇଥିବା ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ କୋଟି କୋଟି ଜନସାଧାରଣ ଉପକୃତ ହେଉଥିଲେ । ଖୁବ ନିକଟରେ ବିଜେପି ଷଡଯନ୍ତ୍ର କରି ମହାତ୍ମା ଗାନ୍ଧୀଙ୍କ ନାମକୁ ହଟାଇ ନୂତନ ଯୋଜନା କରି ଏହି ଯୋଜନାର ଲକ୍ଷ୍ୟ ପୂରଣ ଦିନରେ ପ୍ରତିବନ୍ଧକ ସାଜିଛନ୍ତି । ଏହାକୁ କଂଗ୍ରେସ ଦଳ ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ପୂର୍ବଭଳି ମହାତ୍ମା ଗାନ୍ଧୀଙ୍କ ନାମ ନ ଯୋଡ଼ନ୍ତି କଂଗ୍ରେସ ଦଳ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦୃଢ଼ ପ୍ରତିବାଦ କରିବ ବୋଲି ଶ୍ରୀ କାନୁଗୋ କହିଥିଲେ । ସେହିଭଳି ରାଜ୍ୟରେ ବିଜୁଳି ଉପଭୋକ୍ତାମାନଙ୍କୁ ଟାଟା କମ୍ପାନୀ ଯେଉଁଭଳି ଭାବରେ ଶୋଷଣ କରୁଛି ତାହା ଅତ୍ୟନ୍ତ କ୍ଷୋଭର ବିଷୟ । ଉପଭୋକ୍ତାମାନଙ୍କ ପାଇଁ ଥିବା ବ୍ୟବସ୍ଥାକୁ କାର୍ଯ୍ୟ କରାଯାଉ ନାହିଁ । ମନମୁଖି ଶୁଳ୍କ, ସ୍ମାଟ ମିଟର ପାଇଁ ଦେୟ ଉପଭୋକ୍ତା ମାନଙ୍କୁ ଆର୍ôଥକ ସଂକଟ ମଧ୍ୟକୁ ଠେଲି ଦେଇଛି । ସେହିପରି ରାଜ୍ୟରେ ଧାନର ଅଭାବି ବିକ୍ରୀ ଉତ୍କଟ ହେଲାଣି । ଚାଷୀଭାଇ ମାନେ ଅମଳ କରିଥିବା ଧାନକୁ ସରକାର ଉଠାଉ ନାହାନ୍ତି । ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ିରହିଛି । ଯେତିକି ଧାନ ଉଠୁଛି କଟନି ଛଟନି ଚାଷୀଭାଇ ମାନଙ୍କୁ ଅତ୍ୟନ୍ତ ବାଧୁଛି । ଏ ସମସ୍ତ ଦିଗ ପ୍ରତି ସରକାର ସଚେତନ ନହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ କାନୁନଗୋ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

0
0
0
s2sdefault