ହେଡଲାଇନସ୍:

ବୃତ୍ତି ପରୀକ୍ଷାରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୦/୨- ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କବିତ୍ରାର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଯଥାକ୍ରମେ କୁମାରୀ ଅମ୍ରିତା ମହାନ୍ତ ଓ କୁମାରୀ ଟ୍ୱିଙ୍କିଲ ମହାନ୍ତଙ୍କୁ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ, ଶିକ୍ଷକ ମଣ୍ଡଳୀଙ୍କ ଉପସ୍ଥିତିରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଓଁକାର ଅନ୍ୱେଷ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କପିଳ ଚନ୍ଦ୍ର ଦାଶ ଓ ଆଞ୍ଚଳିକ ସାଧନ କେନ୍ଦ୍ର ବୋଦାପଳସାର ସଂଯୋଜକ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ଦାସଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ଥିଲା।

0
0
0
s2sdefault