ହେଡଲାଇନସ୍:

ଆନ୍ତର୍ଜାତୀୟ ସ୍ତରୀୟ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମରେ ଭାଗ ନେବେ କେନ୍ଦୁଝରର ଜ୍ୟୋତିରଞ୍ଜନ ମହାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୦/୨- ସୁଇଜରଲ୍ୟାଣ୍ଡର ଲାଉସେନ୍ ସହରରେ ଅବସ୍ଥିତ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିର ମୁଖ୍ୟ କାର୍ଯ୍ୟାଳୟରେ ଆସନ୍ତା ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରୀୟ ଅଲିମ୍ପିକ୍ ମୂଲ୍ୟବୋଧ ଭିତ୍ତିକ କ୍ଷେତ୍ର ପରିଦର୍ଶନରେ ଓଡ଼ିଶାରୁ ୪ ଜଣ ଛାତ୍ରଛାତ୍ରୀ ସାମିଲ ହେବାକୁ ଥିବାବେଳେ କେନ୍ଦୁଝର ଜିଲ୍ଲାରୁ ଏନ୍.ଏସ୍.ପୋଲିସ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଜ୍ୟୋତିରଞ୍ଜନ ମହାନ୍ତ ଯୋଗ୍ୟ ବିବେଚିତ ହୋଇଛନ୍ତି।ଆନ୍ତର୍ଜାତୀୟ ସ୍ତରରେ କେନ୍ଦୁଝର ଜିଲ୍ଲାର ପ୍ରତିନିଧିତ୍ଵ କରିବାକୁ ଯାଉଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜ୍ୟୋତିରଞ୍ଜନ ମହାନ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସୂଚନା ଯୋଗ୍ୟ ଅଭିନବ ବିନ୍ଦ୍ରା ଟ୍ରଷ୍ଟ ଫାଉଣ୍ଡେସନ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ(ଓସେପା)ର ମିଳିତ ସହଯୋଗରେ ରାଜ୍ୟରେ ଅଲିମ୍ପିକ୍ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି) ୧୭ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି।କେନ୍ଦୁଝର ଜିଲ୍ଲାର ୨୦ଟି ବିଦ୍ୟାଳୟରେ ଓଭିଇପି ଜିଲ୍ଲା ସହାୟକ ଅଧିକାରୀ ଅଭିଜିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଲିମ୍ପିକ୍ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଛି।ଏନ୍.ଏସ୍. ପୋଲିସ ହାଇସ୍କୁଲର ଓଭିଇପି ଗାଇଡ ଶିକ୍ଷକ ବିଜୟ କୁମାର ବେହେରାଙ୍କ ମାର୍ଗଦର୍ଶନରେ ଜ୍ୟୋତିରଞ୍ଜନ ଏହି ଆନ୍ତର୍ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସିବ୍ୟକ୍ତ କରିବା ସହ ସଫଳ ଯାତ୍ରା କାମନା କରିଛନ୍ତି।

0
0
0
s2sdefault