ହେଡଲାଇନସ୍:

ଦଲାଲ୍ ଓ ଜମି ମାଫିଆ ଙ୍କ ନଜର ରେ ମରାଠିଗୁଡା - କପିଳପୁର ଗୁର୍ଜୀଆ ରାସ୍ତା।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ରାସ୍ତା ଚିହ୍ନଟ କରିବା ସହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସି।

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ପୈାରପରିଷଦ ର ମରାଠିଗୁଡାା ଠାରୁ କପିଳପୁର ଗୁର୍ଜୀଆ ରାସ୍ତା ଏବେ ଜମି ମାଫିଆ, ଦଲାଲ୍ ମାନେ ନଜରକୁ ନେଇ ରାସ୍ତା କୁ ଜବରଦଖଲ କରିବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରିଛନ୍ତି। ଜବରଦଖଇକାରି ଦଲାଲ୍ ଙ୍କ ଠାରୁ ଏହି ଗୁର୍ଜୀଆ ରାସ୍ତା ପ୍ରଶାସନ ନିଜ ଅଧିନକୁ ଆଣି ରାସ୍ତା ଚିହ୍ନଟ କରିବା ସହ ନିର୍ମାଣ କରିବା ପାଇଁ ଆଜି ମରାଠିଗୁଡା ଗ୍ରାମବାସି ଓ ଶାନ୍ତି ନଗର ଅଞ୍ଚଳ ବାସିନ୍ଦା ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଗୁଣୁପୁର ପୌରପରିଷଦ ର ୧୮ ନଂ ଓ୍ବାର୍ଡ ଅନ୍ତର୍ଗତ ମରାଠିଗୁଡା ଠାରୁ ଭାୟା ଶାନ୍ତି ନଗରା ଦେଇ କପିଳପୁର ପର୍ଯ୍ୟନ୍ତ ପୂର୍ବ ପୁରୁଷ ଙ୍କ ଅମଳରୁ ଏକ ଗୁର୍ଜୀଆ ରାସ୍ତା ରହିଛି। ଗୁଣୁପୁର ତହସିଲ୍ ମ୍ୟାପ୍ ରେ ମରାଠିଗୁଡା ଠାରୁ ଶାନ୍ତିନଗର ଦେଇ କପିଳପୁର ପର୍ଯ୍ୟନ୍ତ ଏକ ଗୁର୍ଜୀଆ ରାସ୍ତା ରହିଛି । ଏହି ରାସ୍ତା ଏବେ ଜବରଦଖଲ କାରି ଓ ଦଲାଲ୍ ଙ୍କ ନଜର ପଢି ଏବେ ସଂଙ୍କୁଚିତ ହେବା ସହ ବିକ୍ରିମଧ୍ୟ କରାଯାଉଥିବା ନଜରକୁ ଆସିଛି । କିଛି ଦଲାଇ ଏବେ ପୌରପରିଷଦ ଓ ଗୁଣୁପୁର ତହସିଲ୍ କର୍ମଚାରୀ ମାନଙ୍କୁ ହାତବାରିସି କରି ବିକ୍ରି କରୁଥିବା ଜଣାପଡିଛି। ଗୁଣୁପୁର ଟେଲିଫୋନ୍ ଏକ୍ସଚେଞ୍ଜ ପଛପଟେ ଏବେ ଅସ୍ଥାୟି ପାଚେରି କରି ଗୁର୍ଜୀଆ ରାସ୍ତା କୁ ମାଡି ବସିବା ଓ କିଛି ଲୋକ ଘର ତିଆରି କରୁଥିବା ଦେଖିବାକୁ ମିଳୁଛି । ଏପରିକି ଶାନ୍ତି ନଗର ଦେଇ ପ୍ରବାହିତ ହେଉଥିବା ନାଳ ଏବେ ମ୍ୟାପ ରୁ ନିଖୋଜ ରହିଛି। ଦିନକୁ ଦିନ ଗୁଣୁପୁର ପୌରପରିଷଦ ରେ ଲୋକ ସଂଖ୍ୟା ବଢୁଛି! ଏହାକୁ ଦୃଷ୍ଟି କୁ ନେଇ ସାଧାରଣ ଲୋକଙ୍କ ହିତପାଇଁ ପୂର୍ବବିଭାଗ ରାସ୍ତା କରିବା ପାଇଁ ଏକ ସର୍ଭେ କରିଥିବା ଜଣାପଡିଛି। କିନ୍ତୁ ପ୍ରଶାସନ, ପୌରପରିଷଦ, ଚହସିଲ୍ ନିରବଦ୍ରଷ୍ଟା ରହିଥ‌ିବାରୁ ଏବେ ଏହି ରାସ୍ତା ମ୍ୟାପରୁ ଗାଏବ୍ ହେଉଥିବା ସ‌ହ ଜବରଦଖଲ କାରି ନିଜ କବଜାକୁ ନେଉଥିବା ଦେଖିବାକୁ ମିଳିଛି।
ତୁରନ୍ତ ପ୍ରସାସନ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ମରାଠିଗୁଡା ଓ ଶାନ୍ତିନଗର ଗ୍ରାମର ଗ୍ରାମବାସି। ଦାବିପତ୍ର ପ୍ରଦାନ ସମୟରେ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍ ,ପୈାରପରିଷଦ ନିର୍ବାହି ଅଧିକାରି ସନ୍ତୋଷ ନାୟକ,ଗୁଣୁପୁର ବ୍ଲକ୍ ବିଡିଓ ସ୍ବସ୍ତିକ ଜମାଦାର,ଅତିରିକ୍ତ ତହସିଲଦାର ଗୟା ଡମ୍ବୁରୁଧର ବେହେରା ଉପସ୍ଥିତ ଥିଲେ। ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଗ୍ରାମବାସି ଙ୍କ ଠାରୁ ଦାବିପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପୈାରପରିଷଦ ଅଧିକାରି ସନ୍ତୋଷ ନାୟକ ଙ୍କୁ ସମସ୍ୟା ଦିଗରେ ଦୃଷ୍ଟିଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାସହ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍ ଙ୍କୁ ମଧ୍ୟ ଗ୍ରାମବାସି ଦାବି ପତ୍ର ପ୍ରଦାନ କରିଛନ୍ତି।
ରାଜ୍ୟ ସରକାର ଜବରଦଖଲ ରେ ଥିବା ରାସ୍ତା ଘାଟ, ସରକାରି ଜମିକୁ ନିଜ ଅଧିନକୁ ଆଣିବା ପାଇଁ ପ୍ରଶାସନକୁ ସଜାଗ କରୁଥିବା ନଜିର ରହିଛି।
ପୌରପରିଷଦ ଓ ଡହସିଲ୍‌ ର ମିଳଚରେ ରାସ୍ତା ଚିହ୍ନଟ କରିଲେ ସବୁଦିନିଆ ଗୁର୍ଜୀଆ ରାସ୍ତା ବାହାରି ପାରିବ ସାଧାରଣ ଲୋକେ ଉପକୃତ ହୋଇପାରିବେ। ଯାହାକି ଗୁଣୁପୁର ଅଞ୍ଚଳ ର ଏକ ପ୍ରମୁଖ ରାସ୍ତ ହୋଇପାରିବ ।

0
0
0
s2sdefault