ମାସିକ 26 ହଜାର ଟଙ୍କା ନାହିଁ ରୋଷେଇ ନାହିଁ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ୯/୨)୨୦୨୬ ତାରିଖ ଦିନ ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ମହାସଂଘ (AICCTU) ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଦିଲେଶ୍ଵରୀ ଶବର ସଭାପତିତ୍ବରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀରେ ଉପଦେଷ୍ଟା ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାର କଂ ଶ୍ରମିକ ବିରୋଧୀ ନିତିକୁ ତୀବ୍ର ସମାଲୋଚନା କରିଛନ୍ତି ।
ଶ୍ରମିକ କର୍ମଚାରୀ ବିରୋଧୀ ଚାରୋଟି ଶ୍ରମ କୋଡ୍ ବାତିଲ କରିବା, ବିଦ୍ୟୁତ ଆଇନ 2025 ବାତିଲ କରିବା, ମାସିକ 2600 ହଜାର ଟକାଂ ଓ ପାଚିକା ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଶ୍ରମିକ ମାନଙ୍କୁ 8 ଘଣ୍ଟା କାମ କୁ 10 ଘଣ୍ଟା କାମ ବନ୍ଦ କରିବା , ନୂତନ ଶିକ୍ଷା ନୀତି 2020 ବାତିଲ କରିବା, ପାଚିକାମାନଙ୍କୁ ୧୦ ମାସର ପରିବର୍ଭେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା,ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକା ଙ୍କୁ ଭତ୍ତା ପ୍ରଦାନ କରିବା । ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା, ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରିବା ନେଇ ଫେବୃଆରୀ 12 ଦେଶ ବ୍ୟାପି ଧର୍ମଘଟ ଓ ହଡତାଲ କରିବା ପାଇଁ ଜିଲ୍ଲା ଉପଦେଷ୍ଟା ଆହ୍ବାନ ଦେଇଛନ୍ତି l
ପ୍ରତିନିଧି ଯୋଗ ଦେଇଥିଲେ
ଇଲାମି ଶବର, ଭାନୁମତୀ ଶବର, ଗିତା ଶବର, ଅନିତା ଶବର, ଦିଲେଶ୍ଵରୀ ଶବର, ଅଜିନିତା ଗମାଙ୍ଗ, ଜମୁନା ଦଳାଇ, ବିଜନ୍ତି ଶବର, ମୋଦଂଧରି ଶବର, ଜନାମି ଶବର।








