(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ୯/୨/୨୦୨୬ ଗୁଣୁପୁର ଥ।ୟରମା ମହିଳା ମହାବିଦ୍ୟାଳୟରେ "ଏକ ରାଷ୍ଟ୍ର ଏକ ନିର୍ବାଚନ" ଦସ୍ତଖତ ଅଭିଯାନ ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ୱାଇ.ଗଣପତି ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର। କିନ୍ତୁ ନିରନ୍ତର ନିର୍ବାଚନ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ସମସ୍ୟା ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ରାଷ୍ଟ୍ର ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ କରି ନିର୍ବାଚନ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହାଦ୍ବାରା ଦେଶ ଉନ୍ନତି, ପ୍ରଗତି ଏବଂ ସମୃଦ୍ଧି ଦିଗରେ ଦ୍ରୁତଗତିରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି । ୨୦୧୯ ନିର୍ବାଚନରେ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ୧,୩୫,୦୦୦ କୋଟି ଖର୍ଚ୍ଚ ହେଇଥିଲା। ଯାହାକି ପ୍ରତି ଭୋଟ ପିଛା ହାରାହାରି ମୂଲ୍ୟ ୧୪୦୦ ଟଙ୍କା ।ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ବାରା ୪-୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବଂ କର୍ମଚାରୀଙ୍କ ଶକ୍ତି ଏବଂ ସମୟ ନଷ୍ଟ ହେଉଛି। କେବଳ ସେତିକି ନୁହେଁ, ନିରନ୍ତର ନିର୍ବାଚନ ପ୍ରକ୍ରିୟାରେ ଆଦର୍ଶ ଆଚରଣବିଧ ବାରମ୍ବାର ଲାଗୁ ହେବା ଦ୍ବାରା ନୀତି ନିର୍ଦ୍ଧାରଣରେ ବାଧା ସୃଷ୍ଟି ସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଭାବିତ ହୋଇଥାଏ। ଏକ ରାଷ୍ଟ୍ର ଏକ ନିର୍ବାଚନ ଆର୍ଥକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ସହ ଅପ୍ରତ୍ୟାଶିତ ପ୍ରଚାର ଖର୍ଚ୍ଚ ହ୍ରାସ କରିବ। "ଏକରାଷ୍ଟ୍ର, ଏକ ନିର୍ବାଚନ" ନୀତି ଲାଗୁ ହେଲେ ଦେଶର ଯେଉଁ ଖର୍ଚ୍ଚ ବଳକା ହେବ ତାହା ଆମ ଜିଡିପିର ୧.୫% ସହିତ ସମାନ। ଏକକାଳୀନ ନିର୍ବାଚନ ଦ୍ବାରା ଖର୍ଚ୍ଚ ହ୍ରାସ ହେବ। ବଳକା ରାଶି ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ପାଇଁ ବ୍ୟବହାର କରାଯାଇପାରିବ। ପ୍ରଶାସନର ଦକ୍ଷତା ବୃଦ୍ଧି ପାଇବ ଏବଂ ସୁରକ୍ଷା ବାହିନୀ ଉପରେ ଚାପ ହ୍ରାସ ପାଇବ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପୃଥିବିରାଜ ପାଢୀ, ଯୁବ ନେତା ଅମର ସାହୁ, କିରଣ କୁମାର ପାଣିଗ୍ରାହୀ, ବି. ଭାର୍ଗବ, ରିତମ ପାତ୍ର ଉପସ୍ଥିତ ଥିଲେ।
ରାଜ୍ୟ
ଥାୟରମା ମହିଳା ମହାବିଦ୍ୟାଳୟ ରେ "ଏକ ରାଷ୍ଟ୍ର ଏକ ନିର୍ବାଚନ"ଦସ୍ତଖତ ଅଭିଯାନ ଅନୁଷ୍ଠିତ
- Hits: 7








