ହେଡଲାଇନସ୍:

କୁରାଳ ହାଇସ୍କୁଲ ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବହୁ ପୁରାତନ କୁରାଳ ହାଇସ୍କୁଲ ୨୦୦୪ ମାଟ୍ରିକ ବ୍ୟାଚମେଣ୍ଟର ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ପଞ୍ଚୁପାଣ୍ଡବ ପାହାଡ଼ ତଳେ ଅବସ୍ଥିତ ମା' ବାଗଦେବୀ ଙ୍କ ପୀଠସ୍ଥଳୀରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ପରିବାର ସହିତ ଏକାଠି ହୋଇ ସୁରମ୍ୟ ପାହାଡ଼ ତଳ ବନରାଜି ମଧ୍ୟରେ ମୟୁର ଏବଂ ଅନ୍ୟାନ୍ୟ ବଣ୍ୟ ପ୍ରାଣୀଙ୍କ ନିରାପଦ ଆଶ୍ରୟସ୍ଥଳରେ ସମୟ ବିତାଇବା ସହିତ ପିଲାଦିନ ସ୍ମୃତିର ଅବତରଣ କରିଥିଲେ । ସେଦିନ ଓ ଆଜି ମଧ୍ୟରେ ପାର୍ଥକ୍ୟ ଏତେ ବଢି ଯାଇଛି ଯେ ବର୍ତ୍ତମାନ ଠାରୁ ଦୃତ ବେଗରେ ପରିବର୍ତ୍ତନକୁ ଦେଖିବାକୁ ମିଳିବ ବୋଲି ସାଥୀମାନେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ୨୦୦୪ ବ୍ୟାଚମେଣ୍ଟ ଏହି ପୁରାତନ ଛାତ୍ରଛାତ୍ରୀ ମାନେ ଆଗାମୀ ବର୍ଷାଦିନ ପ୍ରାରମ୍ଭରେ ବାଗଦେବୀ ପୀଠରେ ଓଷଧୀୟ ବୃକ୍ଷର ଚାରା ରୋପଣ ପାଇଁ ଆଜି ସଂକଳ୍ପ ନେଇଥିଲେ । ସିମାଞ୍ଚଳ ପରିଡ଼ା, ରାମକୃଷ୍ଣ ସାହୁ, ନୀହାରିକା ପ୍ରଧାନ, ସନ୍ତୋଷୀ ପାଢ଼ୀ ଏବଂ ଅନ୍ୟ ସାଥୀମାନେ ମିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault