ହେଡଲାଇନସ୍:

ପାଲା ବାୟକ ସମ୍ମିଳନୀ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୯/୨- ମା' ତାରିଣୀ ପାଲା ବାୟକ ପରିଷଦର ତୃତୀୟ ବାର୍ଷିକ ସମ୍ମିଳନୀ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଚକୁଳିଆ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଚଳିତ ମାସ ୭/୮ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ପାଲାକାର ଡ. ଧୀରେନ ମହାନ୍ତି ଓ ଡ. ସୁଧାଂଶୁ ଶେଖର ଗିରି ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ଦିନ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ପାଲା ଦଳ ସହ ପ୍ରାଚୀନ ପାଲା ପରିବେଷଣ କରି ସମସ୍ତଙ୍କ ମନ ମୋହି ଥିଲେ। ସେମାନଙ୍କ ପାଲା ପରିବେଷଣ ଶୈଳୀ ଦେଖି ଉପସ୍ଥିତ ପାଲାପ୍ରେମୀ ଖୁବ ଆନନ୍ଦିତ ହୋଇଥିଲେ। ଉକ୍ତ ପାଲା ସମ୍ମିଳନୀରେ ରାଜ୍ୟର ମୋଟ ୧୩ ଟି ପାଲାଦଳ ଯୋଗ ଦେଇ ଗାୟକ ଗାୟିକା ମାନେ ପ୍ରାଚୀନ ରାଗ ରାଗିନୀ, ଛନ୍ଦ, ଚଉପଦୀ, ଗୀତଗୋବିନ୍ଦ, କବିତା ଆଦି ଉପରେ ବ୍ୟାଖ୍ୟାନ କରି ପରିବେଷଣ କରିଥିଲେ। ବିଶେଷ କରି ବାଲେଶ୍ୱର, ବାହାନଗାର ବରିଷ୍ଠ ଗାୟିକା ବିଷ୍ନୁପ୍ରିୟା ବେହେରା,ଦେବଗଡ଼ର ଦ୍ରୌପଦୀ ବେହେରା, ଆନନ୍ଦପୁରର ଯମୁନା ମୋଦି ଏବଂ ସାହାରପଡାର କବିତା ମହାରଣା ଉକ୍ତ ବାୟକ ସମ୍ମିଳନୀରେ ସୁନ୍ଦର ପାଲା ପରିବେଷଣ କରି ସମସ୍ତଙ୍କୁ ଖୁସି କରିଦେଇଥିଲେ। ଶହ ଶହ ଦର୍ଶକଙ୍କ ସହ ପରିଷଦର ସଭାପତି ଦୁଷ୍ମନ୍ତ କୁମାର ନାୟକ, ସମ୍ପାଦକ ପ୍ରସନ୍ନ କୁମାର ଦାସ,କୋଷାଧକ୍ଷ ସନ୍ତୋଷ ବାରିକ, ଯଦୁମଣି ପଲେଇ,ନବକିଶୋର ପରିଡା, କିଶୋର ନାଏକ,ଲୋଚନ ପାତ୍ର, ନିଶିକାନ୍ତ ନାଏକଙ୍କ ସହ ସମସ୍ତ ସଦସ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ରହିଥିଲେ।

0
0
0
s2sdefault