ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା ଓ ପଦାମୃତ ନୃତ୍ୟାୟନ ର ଏକାଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୂପେଶ୍ କୁମାର ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ରଘୁନାଥ ପାତ୍ର , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ରନାଥ ପଟ୍ଟନାୟକ , ପି.ଏମ୍.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗା ପ୍ରାସାଦ ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ପାରଳାଖେମୁଣ୍ଡି ଗଜପତି କଳା ପରିଷଦ ର ଗୁରୁ ନୃସିଂହ ପ୍ରସାଦ ପାଢ଼ୀ ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ର ଶିବାଶ୍ରୀ ନୃତ୍ୟ କଳାନିକେତନ କୁଚୁପୁଡ଼ି ନୃତ୍ୟ ଗୁରୁ ଶ୍ରୀ ରଘୁପାତ୍ରୁନି ଶ୍ରୀକାନ୍ତ ଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।
ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଦାମୃତ ନୃତ୍ୟାୟନ୍ ଓ କ୍ରିଏଟିଭ ଆର୍ଟସ ମିଳିତ ଆନୁକୂଲ୍ୟରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୀବନୀ ଉପରେ ଆଧାରିତ ଏକ ନୃତ୍ୟ ନାଟିକା ପରିବେଷଣ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ର ଶିବାଶ୍ରୀ ନୃତ୍ୟ କଳାନିକେତନ କୁଚୁପୁଡ଼ି ଦଳଗତ ନୃତ୍ୟ , ବ୍ରହ୍ମପୁର ର ଚଢେୟା ଚଢେୟାଣୀ , ଆୟୋଜକ ଅନୁଷ୍ଠାନ ପକ୍ଷ ରୁ ଓଡ଼ିଶୀ , ଲାଭନି , ସମ୍ବଲପୁରୀ ଏବଂ ପଲ୍ଲୀ ନୃତ୍ୟ ପରିବେଷଣ କରାଯାଇଥିଲା।
ଆଦର୍ଶ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପ୍ରିତିପ୍ରୀୟା ବେହେରା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ବିନ୍ଦୁପ୍ରୀୟା ବେହେରା , ପ୍ରିତିପ୍ରୀୟା ବେହେରା , ସଂଯୁକ୍ତା ବେହେରା , ଘନଶ୍ୟାମ ବେହେରା ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସଂଧ୍ୟା ଓ ପଦାମୃତ ନୃତ୍ୟାୟନର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ
- Hits: 111








