ମାନବର ରୂପାନ୍ତରଣ ପାଇଁ ପୂର୍ଣ୍ଣାଙ୍ଗ ଯୋଗ ହିଁ ପ୍ରକୂଷ୍ଟ ମାଧ୍ୟମ
ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଦୁଇ ଦିନ ଧରି ପାଳିତ ହୋଇଯାଇଛି।ଏହା ସହିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରୌପ୍ୟ ଜୟନ୍ତୀ ଉତ୍ସବ ମଧ୍ୟ ସମାହିତ ହୋଇଛି। ରବିବାର ଦିନ ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତା ତଥା ସଂପାଦକ ଦେବାର୍ଚ୍ଚନ ସାହୁଙ୍କ ସଂଯୋଜନାରେ ପ୍ରଥମ ଅଧିବେଶନରେ ଆସ ଆମେ ମାତୃ କାର୍ଯ୍ୟରେ ବ୍ରତୀ ହେବା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳର ଜିଲ୍ଲା ପ୍ରଶିକ୍ଷିକା ମିନାକ୍ଷୀରାଣୀ ରାଉତ ମୁଖ୍ୟ ଅତିଥି, ଜିଲ୍ଲା ସଂଗଠକ ଚାପଧାରୀ ସିଂ ,ନିତ୍ୟାନନ୍ଦ ମିର୍ଦ୍ଧା, ପ୍ରଶାନ୍ତ ମିଶ୍ର ପ୍ରମୁଖ ସମ୍ମାନୀୟ ଅତିଥି, ଡ଼ଃ ଉପେନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। କୁନ୍ତଳା ସାହୁଙ୍କ ନେତୃତ୍ୱରେ କୁନିକୁନି ଅପାଭାଇ ମାତୃ ସଂଗୀତ ପରିବେଷଣ କରିଥିଲେ। ପରିଚାଳନା କମିଟି ସଦସ୍ୟ କୁମର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀଅରବିନ୍ଦ ପାଠଚକ୍ରର ଟ୍ରଷ୍ଟି ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ଶ୍ରୀଅରବିନ୍ଦ ଓ ଭାରତ ବର୍ଷ ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଗୌରୀ ଶଙ୍କର ମହାବିଦ୍ୟାଳୟ ଲାଉମୁଣ୍ଡାର ଅଧ୍ୟାପକ ରଶ୍ମିରେଖା ବାରିକ,ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁରର କୁଳସଚିବ ଚିତ୍ତରଞ୍ଜନ ସାହୁ ମୁଖ୍ୟବକ୍ତା, ଡ଼ଃ ଉପେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ସାହୁ ଓ ଦେବରାଜ ବେହେରା ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ଆଲୋଚନା କରିଥିଲେ। ସାମୂହିକ ହିତ ପାଇଁ ନିଜର ସର୍ବସ୍ବ ସମର୍ପଣ କରି ଦେବାର ବିରଳ ଦେଶ ହେଉଛି ଦେବଭୂମି ଭାରତ।ମାନବର ରୂପାନ୍ତରଣ ନିମିତ୍ତ ଶ୍ରୀଅରବିନ୍ଦଙ୍କ ଯୋଗ ମାର୍ଗ ହିଁ ପ୍ରକୂଷ୍ଟ ମାଧ୍ୟମ ବୋଲି ଆଲୋଚକଗଣ ମତପ୍ରକାଶ କରିଥିଲେ।ଟ୍ରଷ୍ଟି ଅଧ୍ୟାପକ ଶାନ୍ତନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତୃତୀୟ ଅଧିବେଶନରେ ପୁରାତନ ପାଠଚକ୍ର ସଭ୍ୟାସଭ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀ ଛାତ୍ର ମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟି ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଅଗ୍ରଦୂତ ହୁଅ ଅଗ୍ରସର ଶୀର୍ଷକ ଉପରେ ଆଲୋଚନା ଚକ୍ର ହୋଇଥିଲା। ସ୍ଥାନୀୟ ଅମୃତ ଧାରା ନର୍ସିଂ ହୋମର ଅଧ୍ୟକ୍ଷ ଯଶୋବନ୍ତ ମେହେର ମୁଖ୍ୟ ଅତିଥି, ପ୍ରାକ୍ତନ ପାଠଚକ୍ର ସଦସ୍ୟା ପ୍ରମୋଦିନୀ ସାହୁ, ଟ୍ରଷ୍ଟି ପ୍ରଶାନ୍ତ ମିଶ୍ର,ଦିବଂଗତ ପାଠଚକ୍ର ସଦସ୍ୟଙ୍କ ଦାୟାଦ ପ୍ରଦୀପ ଗୁରୁ ଓ ସଂଜୀବ କୁମାର ପଣ୍ଡା ସମ୍ମାନୀୟ ଅତିଥି, ଜିଲ୍ଲା ସଂଗଠକ ରମେଶ ଚନ୍ଦ୍ର ସାହୁ , ଡ଼ଃ ଉପେନ୍ଦ୍ର ମହାପାତ୍ର,ଦେବରାଜ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ।ନୀରବତା ସହକାରେ ନିଜର ନିମ୍ନ ପ୍ରବୃତ୍ତିକୁ ଆୟତ୍ତ କଲେ ସାଧନାରେ ପ୍ରଗତି ସୁନିଶ୍ଚିତ ବୋଲି ମତପ୍ରକାଶ ପାଇଥିଲା।ଏହି ଅବସରରେ ସମସ୍ତ ପୁରାତନ ପାଠଚକ୍ର ସଭ୍ୟାସଭ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟକ୍ଷ, ଛାତ୍ର ଛାତ୍ରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମ୍ୟାନେଜିଂ ଟ୍ରଷ୍ଟି ପ୍ରତିମା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ସ୍ଥାନୀୟ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ସ୍ବତନ୍ତ୍ର ଅତିଥି,ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା ମୁଖ୍ୟ ଅତିଥି,ସାମାଜିକକର୍ମୀ ଯୋଗେନ୍ଦ୍ର ପଧାନ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ।ପ୍ରତିମା ଗୁରୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଟ୍ରଷ୍ଟି ଅଧ୍ୟାପକ ଶାନ୍ତନୁ ସାହୁ ସଭାକୁ ସଂଯୋଜନା କରିଥିଲେ। ଅଧ୍ୟକ୍ଷ ବଳରାମ ସାହା ଧନ୍ୟବାଦ ଅର୍ପଣ କରିଥିଲେ।ପରେ କୁନିକୁନି ଅପାଭାଇ ମାନଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରି ଦେଇଥିଲା। ସଂଜୀବ ପଣ୍ଡା,କୁମର ମହାନନ୍ଦ, କୁନ୍ତଳା ସାହୁ,ମଧୁ ମହାପାତ୍ରଙ୍କ ସମେତ ଶିକ୍ଷା କେନ୍ଦ୍ରର ସମସ୍ତ ଅପାଭାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଳମ୍ବିତ ରାତିରେ ମାତୃପତାକା ଅବତରଣ କରାଯାଇଥିଲା।








