ହେଡଲାଇନସ୍:

ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚବିଦ୍ୟାଳୟର ସପ୍ତଦଶ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ରେ ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟ ବାସୁଦେବପୁର ରେ ସପ୍ତ ଦଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ର ଅଧ୍ଯକ୍ଷ ଅଭିମନ୍ୟୁ ବେହେରା। ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ର ଉପ ସଭାପତି ସୁଧାଂଶୁ ଶେଖର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଅଶୋଳ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଜଗବନ୍ଧୁ ସାହୁ, ସମାଜସେବୀ ଅଚ୍ୟୁତାନନ୍ଦ ପାଢ଼ୀ ମଞ୍ଚ ସଂଯୋଜନା କରିଥିବା ବେଳେ

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଦୀପ ପ୍ରଜ୍ଜ୍ଵଳନ କରି ଆମ୍ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ନୃତ୍ୟ ପରିବେଷ ମାଧ୍ଯମରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା। । । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ତାଙ୍କ ଅଭିଭାଷଣରେ ବହୁ ମୂଲ୍ୟବାନ କଥା କହିଥିଲେ।

ଏଥିସହିତ ବିଦ୍ୟାଳୟ ମୁଖପତ୍ର ‘ସୃଜନୀ', ଅଭିମନ୍ୟୁ ବେହେରା ଙ୍କ ଦ୍ୱାରା ରଚିତ ଥୁକୁଲୁଥାକୁଲୁ', 'ଶିଶୁଗୀତ ମାଳା " ଓ "ମୁଁ ବଞ୍ଚିଛି' ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପଣ କରାଯାଇଥିଲା । ବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏମବି ବି ଏସ ଅଧ୍ୟୟନ କରୁଥିବା ବିଦ୍ୟାଳୟର ପୁର୍ବତନ ଛାତ୍ରଛାତ୍ରୀ ଚନ୍ଦନ କୁମାର ଖିଲାର ଓ ସୁଶ୍ରୀ ରାଜଶ୍ରୀ ମାଝୀ କୁ ବିଦ୍ୟାଳୟ ପକ୍ଷରୁ ସମ୍ବନ୍ଧିତ କରାଯାଇଥିଲା। ବିଦ୍ୟାଳୟ ର ସମ୍ପାଦକ ଅଧ୍ୟାପକ ଚନ୍ଦ୍ରଶେଖର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

0
0
0
s2sdefault