ହେଡଲାଇନସ୍:

ଘୁମୁସର ଉଚ୍ଚ ବିଦ୍ୟାଳୟର ୧୯୭୩ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ପବିତ୍ର ତିଳ ସପ୍ତମୀ ଅବସରରେ ୧୯୪୮ ରେ ପ୍ରତିଷ୍ଠିତ ଘୁମୁସର ଉଚ୍ଚ ବିଦ୍ୟାଳୟର ୧୯୭୩ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେଲଗୁଣ୍ଠାର ଆରାଧ୍ୟା ମାଆ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ପଣ୍ଡା ଯୋଗ ଦେଇ ନିଜର ପ୍ରିୟ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ I ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ର ମାନେ ଗୁରୁ ପୂଜନ କରିବା ସହ ଦିବଙ୍ଗତ ବନ୍ଧୁ ଏବଂ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ I ବନ୍ଧୁ ବିନାୟକ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇପାରିଥିବା ଯୋଗୁଁ ଉପସ୍ଥିତ ବନ୍ଧୁ ମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I ବନ୍ଧୁ ସୀତାରାମ ପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ I ଉକ୍ତ ଉତ୍ସବରେ ସରୋଜକାନ୍ତ ନନ୍ଦ, ଦେବରାଜ ସାହୁ, ଶ୍ରୀନିବାସ ଆୟାଙ୍ଗାର, ମଦନ ମୋହନ ମହାନ୍ତ,ସିଏଚ୍ ଶ୍ୟାମ ସୁନ୍ଦର ପାତ୍ର, ଅଭିମନ୍ୟୁ ପଟ୍ଟନାୟକ, ବନମାଳୀ ପାଣିଗ୍ରାହୀ,ଗୌରାଙ୍ଗ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ I ବନ୍ଧୁ ଗୋକୁଳ ଚନ୍ଦ୍ର ପତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

0
0
0
s2sdefault