ହେଡଲାଇନସ୍:

କାର୍ଯ୍ୟସ୍ଥଳରେ ନାରୀ ସୁରକ୍ଷା ନେଇ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

PosH ଆଇନ ଓ ସାମ୍ବିଧାନିକ ଅଧିକାର ଉପରେ ଆଇନ ମହାବିଦ୍ୟାଳୟରେ ଶିବିର

ବଲାଙ୍ଗିର (୨୭/୦୧): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ ରଂଜନ ଦାସଙ୍କ ଅନୁମତିରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ, ବଲାଙ୍ଗିରଠାରେ “କାର୍ଯ୍ୟସ୍ଥଳରେ ମହିଳା ଯୌନ ନିର୍ଯ୍ୟାତନା ରୋକାଥାମ, ନିଷେଧ ଓ ପ୍ରତିକାର (PosH) ଆଇନ ଏବଂ ସାମ୍ବିଧାନିକ ଅଧିକାର” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟସ୍ଥଳରେ ମହିଳାମାନେ କିପରି ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ଭାବେ କାର୍ଯ୍ୟ କରିପାରିବେ, ସେ ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ। ସେ ନାଗରିକଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ।
ଫ୍ୟାମିଲି କୋର୍ଟର ଜଜ୍ ଶ୍ରୀଯୁକ୍ତ ବିକ୍ରମ କେଶରୀ ପଟ୍ଟନାୟକ ନାରୀ ସମ୍ମାନ ଓ ସୁରକ୍ଷାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ PosH ଆଇନର ଉଦ୍ଦେଶ୍ୟ, ଅଭିଯୋଗ ପ୍ରକ୍ରିୟା, ଅଭିଯୋଗ ନିବାରଣ ବ୍ୟବସ୍ଥା ଏବଂ ପ୍ରତ୍ୟେକ କାର୍ଯ୍ୟାଳୟରେ ଆନ୍ତରିକ ଅଭିଯୋଗ ସମିତି ଗଠନ ଓ ସକ୍ରିୟତା ବିଷୟରେ ସୂଚନା ଦେଇଥିଲେ।
ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଗୁଣନିଧି ମଲ୍ଲିକ ମହିଳା ସୁରକ୍ଷାରେ ପୋଲିସର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚଣ୍ଡିପ୍ରସାଦ ଖମାରୀ ସ୍ୱାଗତ ଭାଷଣ ଦେଇ ଆଇନ ଛାତ୍ରଛାତ୍ରୀମାନଙ୍କର ସୁସ୍ଥ ରାଷ୍ଟ୍ର ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରେଜିଷ୍ଟର ଶ୍ରୀଯୁକ୍ତ ଶ୍ରୀଦିପ ମିଶ୍ର (ଯେ.ମ.ଫ.ସି., ବଲାଙ୍ଗିର), ଗ୍ରାମ ନ୍ୟାୟଧିକାରୀ ଶ୍ରୀଯୁକ୍ତ ସାଧକ କାରର୍ଜୀ, ଶ୍ରୀଯୁକ୍ତ ଶିଶିର କୁମାର ଭୋଇ, ଅଧ୍ୟାପକ ଶ୍ରୀଯୁକ୍ତ ସାର୍ଥକ କୁମାର ରଥ, ଅଧ୍ୟାପକ ଶ୍ରୀଯୁକ୍ତ ସୁସିଲ କୁମାର ଦିପ ସହ ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

0
0
0
s2sdefault