ହେଡଲାଇନସ୍:

ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ସହର ମୁଖ୍ୟ ରାସ୍ତାରେ ଗୋଟିଏ ଟାଟା ଏସ୍ ମିନି ଟ୍ରକ ଧକ୍କାରେ ତ୍ରିଲୋଚନ ପାତ୍ର ନାମକ ଜଣେ ବ୍ୟକ୍ତି ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପୁଅ ଗତକାଲି ବାହା ହୋଇଥିଲେ ଓ ଆଜି ସନ୍ଧ୍ୟାରେ ହିଞ୍ଜିଳି କଲ୍ୟାଣ ମଣ୍ଡପ ରେ ଭୋଜି କାର୍ଯ୍ୟକ୍ରମ ର ଆୟୋଜନ ଚାଲିଥିବା ମୃତ ତ୍ରିଲୋଚନ କଲ୍ୟାଣ ମଣ୍ଡପ କୁ ଯିବା ବେଳେ ହଠାତ୍ ଉକ୍ତ ଗାଡି ତାଙ୍କ ଉପରେ ମାଡ଼ି ଯାଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି ଓ ଏହି ଦୁଃଖଦ ଘଟଣା କୁ ସାରା ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault