ହେଡଲାଇନସ୍:

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର, ଜାନୁଆରୀ ୨୭: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ସୋମବାର ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆର କୁଳାଧିପତି ପ୍ରଫେସର (ଡଃ) ଅମିତ ବାନାର୍ଜୀ ଜାତୀୟ ପତାକା ଉଡ଼ାଣ କରିବା ସହ ଏନ୍ସିସି କ୍ୟାଡେଟ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଏବଂ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ପ୍ରଫେସର ବାନାର୍ଜୀ ଉଦ୍ବୋଧନ ଦେଇ କହିଥିଲେ ଯେ ସାଧାରଣତନ୍ତ୍ର ଦିବସ ହେଉଛି ଏଭଳି ଏକ ଅବସର ଯେତେବେଳେ ସମ୍ବିଧାନକୁ ସ୍ମରଣ କରାଯାଏ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନିଆଯାଇଥାଏ । ଦେଶ ଗଠନ ପ୍ରକ୍ରିୟାରେ ସୋଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍, ନିଦେ୍ର୍ଧଶକ ଓ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଏନ୍ସିସିର ସିନିୟର ଅଣ୍ଡର ଅଫିସର ଶ୍ରୀ ଅର୍ମାନ୍ ସାମଲ ଏବଂ ଜୁନିୟର ଅଣ୍ଡର ଅଫିସର ଶ୍ରୀ ସୋ÷ମ୍ୟଜିତ ବେହେରା ପ୍ୟାରେଡ ପରିଚାଳନା କରିଥିଲେ ।
ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପ୍ୟାରେଡ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍) ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟଟ ଅଫ୍ ଲ’ର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସମ୍ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ସ୍ଥାନ ମିଳିଥିଲା ।
ପୂର୍ବରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ପରିସରରେ ସୋଆର କୁଳପତି ପ୍ରଫେସର ନନ୍ଦ ଜାତୀୟ ପତାକା ଉଡ଼ାଣ କରିଥିବା ବେଳେ ଏହି ଅବସରରେ ଆଡିସ୍ନାଲ୍ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ର, ଜଏଂଟ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ ଓ ନିଦେ୍ର୍ଧଶକ (ଲିଗାଲ ସର୍ଭିସେସ୍) ଶ୍ରୀ ସଞ୍ଜୟ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault