ହେଡଲାଇନସ୍:

ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ: ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ କାର୍ଯ୍ୟାଳୟରେ ସାଇପ୍ରିୟା ନଗର ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜୟଦେବ ସୀଠ ଓ ଶ୍ରୀମତୀ ସସ୍ମିତା ମହାନ୍ତି ଯୋଗଦେଇ ସାଧାରଣତନ୍ତ୍ର କାହିଁକି ପାଳନ କରାଯାଏ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପସ୍ଥାପନ କରିଥିଲେ l ଏହି ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରାୟ ୩୪ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଛାତ୍ରୀ ବବଲୀ ବିଶ୍ୱକର୍ମା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ହାର୍ଦିକ ମିନାକା ଦ୍ୱତୀୟ ଓ ଛାତ୍ର ଯୋଶେଫ କରକରିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିଭଳି କନିଷ୍ଠ ବର୍ଗରେ ଛାତ୍ରୀ ଆକ୍ଷ୍ୟା ବିଶୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଆହ୍ୱାନ ଜେନା ଦ୍ୱତୀୟ ଓ ତେଜସ୍ୱିନୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ l ନିମନ୍ତ୍ରିତ ଅତିଥିଙ୍କ ଦ୍ୱାର କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵନ୍ତନା ମୂଳକ ପୁରସ୍କାର ବିତରଣ କରାଯାଇଥିଲା l ଏହି ଅବସରରେ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଉକ୍ତ ବକ୍ତୃତା ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ସଭ୍ୟ ଟି. ଏନ. ରାଓ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ l

0
0
0
s2sdefault